ବ୍ୟୁରୋ: ଶୁକ୍ରବାର ଅପରାହ୍ନରେ ଅଘଟଣ । ଉତ୍ତରାଖଣ୍ଡର ଚମୋଲି ଜିଲ୍ଲା ଯୋଶୀମଠ ନିକଟ ୬ଜଣଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର କୁଆଡେ ଉଭାନ୍ ହୋଇଗଲା । ହେଲିକପ୍ଟରଟି ବଦ୍ରିନାଥରୁ ଡେରାଡୁନ୍ ଅଭିମୁଖେ ଉଡାଣ ଭରିଥିବା ସୂଚନା ମିଳିଛି । ତେବେ ଚପର୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମୀ କହିଛନ୍ତି । ତେବେ ଏଯାଏଁ କୌଣସି ମୃତାହତ ନେଇ ସୂଚନା ମିଲିପାରିନି । ଟ୍ରାନ୍ସ ଭାରତ ଏଭିଏସନ ନାମକ ଘରୋଇ କମ୍ପାନୀ ଦ୍ୱାରା ପରିଚାଳିତ ହେଲିକପ୍ଟରରେ ଜଣେ ପାଇଲଟଙ୍କ ସମେତ ୫ଜଣ ଯାତ୍ରୀ ଥିଲେ । ଜିଲ୍ଲା ଅଧିକାରୀଙ୍କ କହିବା ଅନୁସାରେ ୨ଟା ବାଜି ୨୦ ମିନିଟରେ ଜେପି ପାୱାର ହାଉସ ନିକଟରେ ହେଲିକପ୍ଟରଟି ଏକ ପାହାଡିଆ ଅଂଶରେ ଧକ୍କା ଦେବା ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳକୁ ମିଳିତ ଉଦ୍ଧାରକାରୀ ଟିମ୍ ପଠାଯାଇଛିା ଚମୋଲି ଜିଲ୍ଲା ପ୍ରଶାସନ ସହ ପୋଲିସ, ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ, ସେନା , ଇଣ୍ଡୋ ତିଦ୍ଦତୀୟ ସୀମା ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି । ସମ୍ପୃକ୍ତ ହେଲିକପ୍ଟରକୁ ଟ୍ରେସ୍ କରିବାକୁ ଅନ୍ୟ ୨ଟି ହେଲିକ୍ପଟର ନିୟୋଜିତ ଅଛନ୍ତି । ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ଘଟଣାଗ୍ରସ୍ତ ନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେବା ସହ ଯାତ୍ରୀଙ୍କ ସୁରକ୍ଷା ନେଇ ଈଶ୍ୱରଙ୍କୁ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ଉତ୍ତରାଖଣ୍ଡ ସିଭିଲ୍ ଆଭିଏସନ ଡେଭଲପମେଂଟ ଅଥରିଟି ମଧ୍ୟ ଘଟଣାର ପୁଷ୍ଟି ଦେଇଛି ।
VT-HCX କଲ୍ ସାଇନ ବିଶିଷ୍ଟ ଚପରଟି ଅପରାହ୍ନ ଗୋଟେ ୧୪ରେ ଉଡାଣ ଆରମ୍ଭ କରିଥିଲା । ହଠାତ୍ ୨ଟା ୨୦ ମିନଟରେ ମଝି ଆକାଶରେ ଏହାର ଟ୍ରାକିଂ ସିଗନାଲ ମଧ୍ୟ ମିଳିନଥିଲା । ଏବେ ସୁଦ୍ଧା ହେଲିକ୍ପଟର ଅବସ୍ଥା ଓ ଅବସ୍ଥିତି ଜଣାପଡିନାହିଁ । ପାଇଲଟ କ୍ୟାପଟେନ୍ ହିମାଂଶୁଙ୍କ ସମେତ ଅନ୍ୟ ୫ଜଣ ଯାତ୍ରୀ ଅରୁଣ, ଶଙ୍କର ଗୌଡା, ସୁଧୀର କେ. ଏବଂ ଏଚ ଏସ ନଟରାଜ ବୋଲି ଜଣାପଡିଛି । ଉତ୍ତରାଖଣ୍ଡରେ ପୂର୍ବରୁ ପ୍ରାୟ ୧୨ଟି ହେଲିକପ୍ଟର ଦୁଘ ର୍ଟଣାଗ୍ରସ୍ତ ହୋଇଥିବା ସୂଚନା ରହିଛି । ଗତବର୍ଷ ଜୁନରେ ଚପର କ୍ରାସରେ ୭ଜଣଙ୍କର ମୃତୁ୍ୟ ହୋଇଥିଲା । କେଦାରାନାଥରୁ ଗୁପ୍ତକାସୀ ଗସ୍ତ ବେଳେ ହୋଇଥିଲା ଦୁର୍ଘଟଣାଗ୍ରସ୍ତ ।

