ଭୁବନେଶ୍ୱର: ରାଜ୍ୟରେ ନାହିଁ ସାର ସଙ୍କଟ। ଏନେଇ ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ଆଜି ସାର ସଙ୍କଟକୁ ନେଇ ଆୟୋଜିତ ହୋଇଥିଲା ସମୀକ୍ଷା ବୈଠକ। ବୈଠକ ପରେ ଉପମୁଖ୍ରମନ୍ତ୍ରୀ କେଭି ସିଂଦେଓ କହିଛନ୍ତି, ରାଜ୍ୟରେ ସାର ସଙ୍କଟ ନାହିଁ। ଆବଶ୍ୟକୀୟ ସାର ମହଜୁଦ ଅଛି। ଯେଉଁମାନେ କଳାବଜାରୀ କରୁଛନ୍ତି ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ୫୮ଟି ଜାଗାରେ ଚଢ଼ାଉ ହୋଇଛି। ଆଉ ମାତ୍ର ୮ରୁ ୯ ଦିନ ଆବଶ୍ୟକ।
ଗତ ବର୍ଷ ଅପେକ୍ଷା ଏଥର ଅଧିକ ସାରର ଚାହିଦା ଅଧିକ ରହିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ। ଅନ୍ୟପଟେ ସାର ସଙ୍କଟ ନେଇ ମୁଖ୍ୟମନ୍ତ୍ରୀ କରିଛନ୍ତି ସମୀକ୍ଷା ବୈଠକ। ରାଜ୍ୟରେ ବିଭିନ୍ନ ସ୍ଥାନରେ ୟୁରିଆ ସାରର ଅଭାବ ଦେଖିବାକୁ ମିଳିଛି। କିଛି ଜିଲ୍ଲା ପ୍ୟାକ୍ସ ଓ ଲାମ୍ପସରେ ସାର କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି। ଏନେଇ ଗତକାଲି ସବୁ ଜିଲ୍ଲାକୁ ସମବାୟ ବିଭାଗ ଚିଠି କରିଥିଲା। କଳାବଜାରୀ ରୋକିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲା ବିଭାଗ। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝି ସାର ସଙ୍କଟର ସମୀକ୍ଷା କରିଛନ୍ତି।
Comments are closed.