ବେଜିଂ: ଟେକ୍ନୋଲୋଜି ମାମଲାରେ ଚୀନ ବହୁତ ଆଗକୁ ବଢ଼ିବାରେ ଲାଗିଛି । ଏଆଇ ଓ ରୋବୋଟିକ୍ସରେ ଚୀନ ଅନ୍ୟ ଦେଶ ପାଇଁ ଚିନ୍ତାର କାରଣ ସାଜିଛି । ଏବେ ଚୀନ ବିଶ୍ୱର ଛୋଟ ପାୱାର ହାଉସ ନିର୍ମାଣ କରିଛି । ପ୍ରଥମ ଦେଶ ଭାବେ ସୋଡିୟମ ଆୟନ ପୋର୍ଟେବେଲ ଷ୍ଟେସନ ଲଂଚ କରିଛି । ଏହାର ନାମ ପାୟୋନିୟର ନା ରଖାଯାଇଛି । ବର୍ଲିନରେ ଆୟୋଜିତ ଇନୋଭେଶନ ଫର ଅଲରେ ଏହାକୁ ସମୀକ୍ଷକମାନେ ବେଶ ପସନ୍ଦ କରିଛନ୍ତି ।
ଏହି ଛୋଟ ପାୱାର ହାଉସରେ ପ୍ରତ୍ୟେକ ଦିନ ବ୍ୟବହାର ହେଉଥିବା ଡିଭାଇସକୁ ଚାର୍ଜ କରାଯାଇ ପାରିବ । ଏହାକୁ ସ୍ଥାନାନ୍ତର କରିବା ମଧ୍ୟ ସହଜ । ଏହାର ନର୍ମାଲ ଆଉଟପୁଟ ୧୫୦୦ ୱାଟ ଥିବା ବେଳେ ଏହା ୨୨୫୦ ୱାଟ ପର୍ଯ୍ୟନ୍ତ ପାୱାର ପ୍ରଦାନ କରିବ । ସୋଲାର ପାୱାରରେ ଏହା ୧୯୦୦ ୱାଟ ପର୍ଯ୍ୟନ୍ତ ଚାର୍ଜ ହୋଇପାରିବ । ସୋଡିୟମ ଲିଥିୟମରୁ ଶସ୍ତା ହେବା ସହ ସହଜରେ ଉପଲବ୍ଧ ହୋଇଥାଏ । ଥଣ୍ଡା ପରିବେଶରେ ମଧ୍ୟ ଏହାର ବ୍ୟାଟେରୀ କାର୍ଯ୍ୟ କରିଥାଏ ।
Comments are closed.