Latest Odisha News

BREAKING NEWS

ଦେଶରେ ଏବେ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ଏଆଇ ଶିକ୍ଷା, ପ୍ରଥମ କରି ଏହି ରାଜ୍ୟରେ ଆରମ୍ଭ ହେଲା…

ନୂଆଦିଲ୍ଲୀ: ଏବେ ଭାରତରେ, ସରକାରୀ ସ୍କୁଲର ପିଲାମାନଙ୍କ ପାଠ୍ୟକ୍ରମରେ ମଧ୍ୟ କୃତ୍ରିମ ବୁଦ୍ଧିମତା (AI) ଶିକ୍ଷାକୁ ସାମିଲ କରାଯିବ । କାରଣ ସବୁ କ୍ଷେତ୍ରରେ ଏବେ କୃତ୍ରିମ AI ବ୍ୟବହାର ହେବାରେ ଲାଗିଛି । କାରଣ ଏଆଇ ଅନେକ ମାତ୍ରାରେ କାମକୁ ସହଜ ଓ ଶୀଘ୍ର କରିପାରୁଛି । ବର୍ତ୍ତମାନ ଏଆଇ ଯୁଗର ଯୁବପିଢିଙ୍କୁ ଭବିଷ୍ୟତ ଲାଗି ଦକ୍ଷ କରିବା ପାଇଁ ଏଆଇର ଶିକ୍ଷା ନିହାତି ଆବଶ୍ୟକ ରହିଛି । ଏହାକୁ ନଜରରେ ରଖି ତାମିଲନାଡୁ ସରକାର ଚଳିତ ଶିକ୍ଷାବର୍ଷରେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ AI ପ୍ରୟୋଗ, କୋଡିଂ ଏବଂ ଇଣ୍ଟରାକ୍ଟିଭ୍ ଅନଲାଇନ ଟୁଲଗୁଡ଼ିକରେ ତାଲିମ ଦେବା ପାଇଁ ଏକ ପାଇଲଟ୍ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ପ୍ରଥମକରି କେବଳ ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାରେ, ପ୍ରଥମ ପର୍ଯ୍ୟାୟରେ ୮୫ଟି ସରକାରୀ ବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ୭୮ଟି ମଧ୍ୟମା ବିଦ୍ୟାଳୟ, ୪ଟି ଉଚ୍ଚ ବିଦ୍ୟାଳୟ ଏବଂ ୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାମିଲ । ନୂତନ ପାଠ୍ୟକ୍ରମ ପାଇଁ ଇଂରାଜୀ ଏବଂ ତାମିଲ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଛି ଏବଂ ପ୍ରଶିକ୍ଷିତ ଗଣିତ ଓ ବିଜ୍ଞାନ ଶିକ୍ଷକମାନେ ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି ।

ତାମିଲନାଡୁ ସ୍କୁଲ୍ସ ପ୍ରୋଗ୍ରାମ୍ ଫର AI, ରୋବୋଟିକ୍ସ ଆଣ୍ଡ୍ ନଲେଜ୍ ଅଫ୍ ଅନଲାଇନ୍ ଉପକରଣ (TN SPARK) ଶୀର୍ଷକ ଏହି ପଦକ୍ଷେପ ବର୍ତ୍ତମାନ ଷଷ୍ଠରୁ ନବମ ଶ୍ରେଣୀ ପାଇଁ କାର୍ଯ୍ୟକାରୀ କରାଯାଉଛି ।

 

Comments are closed.