Latest Odisha News

BREAKING NEWS

ଦିଆସିଲି କାଠିରେ ନିର୍ମିତ ରାମ ମନ୍ଦିର ମଡେଲ୍‌ ନେଇ ରାଜ୍ୟପାଳଙ୍କୁ ଭେଟିଲେ ଯୁବ କଳାକାର ଶାଶ୍ୱତ ସାହୁ

ପୁରୀ: ପୁରୀ କୁମ୍ଭାରପଡାର ୨୨ ବର୍ଷୀୟ ଦିଆସିଲି କାଠି ହସ୍ତଶିଳ୍ପୀ କଳାକାର ଶାଶ୍ୱତ ରଞ୍ଜନ ସାହୁ ତାଙ୍କର ସୃଜନଶୀଳ କଳାକାରୀତାର ଅନନ୍ୟ ନିଦର୍ଶନ ଭାବେ ୧,୪୨୩ଟି ଦିଆସିଲି କାଠିରୁ ଏକ ସୁନ୍ଦର ରାମ ମନ୍ଦିର ମଡେଲ୍‌ ତିଆରି କରିଛନ୍ତି । ଏହି ସୁକୌଶଳ୍ୟମୟ ମଡେଲ୍‌ ନିର୍ମାଣ ପାଇଁ ତାଙ୍କୁ ପ୍ରାୟ ୧୪ ଦିନ ସମୟ ଲାଗିଥିଲା ।

ଆଜି ଶାଶ୍ୱତ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କ ସହ ସାକ୍ଷାତ୍ କରିଥିଲେ । ରାଜ୍ୟପାଳ ତାଙ୍କ ଏହି କଳାକୃତିକୁ ପ୍ରଶଂସା କରିଥିଲେ ।

ଶାଶ୍ୱତ କହିଛନ୍ତି ଯେ, “ଦିଆସିଲି କାଠି କଳା କେବଳ ଏକ ହସ୍ତଶିଳ୍ପ ନୁହେଁ, ଏହା ମୋ ପାଇଁ ଆମ ସଂସ୍କୃତି ପ୍ରଚାର ପ୍ରସାରର ମାଧ୍ୟମ”। ରାଜ୍ୟପାଳଙ୍କ ପ୍ରଶଂସା ଓ ଆଶୀର୍ବାଦ ମୋତେ ଆଗାମୀଦିନରେ ଆହୁରି ଶ୍ରେଷ୍ଠ କାମ କରିବା ପାଇଁ ପ୍ରେରଣା ଦେଇଛି।”

ଶାଶ୍ୱତ ରଞ୍ଜନ ସାହୁଙ୍କ ଏହି ପ୍ରୟାସ ଓଡିଶାର ଯୁବ କଳାକାରମାନଙ୍କ ସୃଜନଶୀଳତାର ଏକ ଦୃଷ୍ଟାନ୍ତ ଭାବେ ପ୍ରକାଶ ପାଇଛି ।

 

Comments are closed.