Latest Odisha News

BREAKING NEWS

ଯୁବ ଖେଳାଳି ଆୟୂଷ, ସର୍ଫରାଜଙ୍କ ସହ ଅଭ୍ୟାସ କଲେ ରୋହିତ

ମୁମ୍ବାଇ: ଭାରତୀୟ ଦିିନିକିଆ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ଆନ୍ତର୍ଜାତୀୟ ମୁକାବିଲା ପାଇଁ ଜୋରଦାର ଅଭ୍ୟାସ ଜାରୀ ରଖିଛନ୍ତି । ଟେଷ୍ଟ ଏବଂ ଟି୨୦ରୁ ଅବସର ନେଇଥିବା ରୋହିତ ଏବେ କେବେଳ ଦିନିକିଆ ଖେଳିବା ଜାରୀ ରଖିଛନ୍ତି । ଆସନ୍ତା ମାସରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ସେ ପ୍ରସ୍ତୁତି ଚଳାଇଛନ୍ତି । ରୋହିତ ଏବେ ଯୁବ ଖେଳାଳି ଆୟୂଷ ମାହାତ୍ରେ ଓ ସର୍ଫରାଜ ଖାଁଙ୍କ ସହ ଅଭ୍ୟାସ କରୁଛନ୍ତି । ଏହି ଦୁଇ ଯୁବ ଖେଳାଳି ସେମାନଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ରୋହିତଙ୍କ ସହ ଅଭ୍ୟାସ ଫଟୋକୁ ଶେୟାର କରିଛନ୍ତି ।

ରୋହିତ ମାହାତ୍ରେଙ୍କୁ ଏକ ବ୍ୟାଟ ଉପହାର ଦେଇଥିଲେ । ଏହା ମୋ ପାଇଁ ଏକ ପ୍ରେରଣା ବୋଲି ମାହାତ୍ରେ ଖୁସୀରେ କହିଛନ୍ତି । ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପରଠାରୁ ରୋହିତ ଆଉ କୌଣସି ଆନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ ମ୍ୟାଚରେ ରୋହିତ ୭୬ ରନର ଇନିଂସ ଖେଳି ଦଳକୁ ଚାମ୍ପିୟନ କରାଇଥିଲେ । ରୋହିତ ଦିନିକିଆରୁ ମଧ୍ୟ ଅବସର ନେବେ ବୋଲି ଆଲୋଚନା ଜୋର ଧରିଥିବା ବେଳେ ହିଟମ୍ୟାନ ଏହାକୁ ଖଣ୍ଡନ କରି କହିଥିଲେ ମୁଁ ଫେରୁଛି ।

Comments are closed.