Latest Odisha News

BREAKING NEWS

Odisha Vigilance: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ କାର୍ଯ୍ୟାଳୟର କନିଷ୍ଠ ସହାୟକ ଓ ପିଅନ

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାର ରେଙ୍ଗାଳିରେ ଥିବା ବ୍ଲକ ଶିକ୍ଷା କାର୍ଯ୍ୟାଳୟ (BEO)ର ଦୁଇ କର୍ମଚାରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଜଣେ ସହକର୍ମୀଙ୍କ ଠାରୁ ଲାଞ୍ଚ ଗ୍ରହଣ କରିବା ଅଭିଯୋଗରେ ଗିରଫ କରିଛନ୍ତି।

ଅଭିଯୁକ୍ତ, ଜୁନିଅର ସହାୟକ ଦୁଷ୍ମନ୍ତ କୁମାର ସାହୁ ଏବଂ ପିଅନ ଗୋପବନ୍ଧୁ ସାହୁ, ମୋଟ ୨୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହାର ପ୍ରଥମ କିସ୍ତି ଭାବରେ ୭ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଧରାପଡ଼ିଛନ୍ତି ଉଭୟ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ଭିଜିଲାନ୍ସ ଏକ ବିବୃତ୍ତିରେ କହିଛି ଯେ ଅଭିଯୋଗକାରୀଙ୍କ ଦରମା ଏବଂ ବକେୟା ପ୍ରକ୍ରିୟାକରଣ ପାଇଁ ଲାଞ୍ଚ ମାଗାଯାଇଥିଲା। ଦୁଷ୍ମନ୍ତ କୁମାର ସାହୁ ଦରମା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ୭ ହଜାର ଟଙ୍କା ଏବଂ ବକେୟା ମଞ୍ଜୁର ପାଇଁ ଅତିରିକ୍ତ ୧୮ ହଜାର ଟଙ୍କା ଦାବି କରିଥିଲେ। ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ଟ୍ରାପ୍ ଅପରେସନ୍ କରିଥିଲେ।

ଅଭିଯୁକ୍ତଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ରାଶି ଜବତ କରାଯାଇଛି ଏବଂ ପ୍ରମାଣ ଭାବରେ ଜବତ କରାଯାଇଥିଲା। ଗିରଫ ପରେ, ଆୟ ବହିର୍ଭୂତ ସମ୍ପତ୍ତିର ତଦନ୍ତ ପାଇଁ ଦୁଷ୍ମନ୍ତ ସାହୁଙ୍କ ସହ ଜଡିତ ତିନୋଟି ଏବଂ ଗୋପବନ୍ଧୁ ସାହୁଙ୍କ ସହ ଜଡିତ ଗୋଟିଏ ସ୍ଥାନରେ ଏକକାଳୀନ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ର ଧାରା ୭/୧୨ ଅନ୍ତର୍ଗତ ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୧୮/୨୦୨୫ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଉକ୍ତ ମାମଲାରେ ତଦନ୍ତ ଚାଲିଛି।

Comments are closed.