Latest Odisha News

BREAKING NEWS

ମାଟିତଳୁ ମିଳିଲା ମହିଳା ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରାଙ୍କ ମୃତଦେହ

କେନ୍ଦୁଝର: କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣା । ମାଟିତଳୁ ବାହାରିଲା ଶୁଭମିତ୍ରାଙ୍କ ମୃତଦେହ । ଅଖା ଭିତରେ ବନ୍ଧା ଯାଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ଘଟଗାଁ ସ୍ଥିତ ଜଙ୍ଗଲ ଭିତରୁ ଜେସିବିରେ ଖୋଳି ବାହାର କରାଗଲା । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମାଟି ଖୋଳି ବାହାର କଲା ପୋଲିସ ।

ସୂଚନା ମୁତାବକ, କନଷ୍ଟେବଳ ଶୁଭମିତ୍ରା ସାହୁଙ୍କୁ ଅଭିଯୁକ୍ତ ଦୀପକ ମାରି ପୋତିଥିବା ମାନିଥିଲା । ଏହା ପରେ ଦୀପକ ରାଉତକୁ ନେଇ ଘଟଗାଁ ଥାନାରେ ପହଞ୍ଚିଥିଲା କମିଶନରେଟ୍‌ ପୋଲିସ । ସେଠାରେ କିଛି ସମୟ ପଚରା ଉଚରା ପରେ ସିନ୍‌ ରିକ୍ରିଏସନ ପାଇଁ ଘଟଣାସ୍ଥଳକୁ ଅଭିଯୁକ୍ତକୁ ନିଆଯାଇଥିଲା । ମାଟି ତଳୁ ବାହାରିଲା ମୃତଦେହ । ନିଜେ ପୋଲିସ ହୋଇଥିଲେ ବି ଶେଷରେ ସେହି ପୋଲିସ ଜାଲରେ ଫସିଲା ।

ସେପଟେ, କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ବଡ଼ ସୂଚନା ଦେଇଛନ୍ତି ସିପି । ସେ କହିଛନ୍ତି ଯେ, ୧୦ ଲକ୍ଷ ଟଙ୍କା ଝଗଡ଼ାରୁ ହତ୍ୟା କରାଯାଇଥିବା ପ୍ରମାଣ ମିଳିଛି । ଶୁଭମିତ୍ରା ଅଭିଯୁକ୍ତ ଦୀପକକୁ ପ୍ରାୟ ୧୦ ଲକ୍ଷ ଟଙ୍କା ଦେଇଥିଲା । ବିବାହ ଉତ୍ସବ ପାଳନ ପାଇଁ ଶୁଭମିତ୍ରା ଟଙ୍କା ମାଗିବାରୁ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା । ଏହାପରେ ଦୀପକ ଶୁଭମିତ୍ରାକୁ ଜୀବନରୁ ମାରିଦିଇଥିଲା ।

ତେବେ ବର୍ତ୍ତମାନ ସୁଦ୍ଧା ଦୀପକ ଏକା ହତ୍ୟା କରିବା ପ୍ରମାଣ ମିଳିଛି, ତଥାପି ତଦନ୍ତ ଚାଲିଛି । ୨୦୨୪ ଜୁଲାଇରେ ଶୁଭମିତ୍ରାଙ୍କୁ କୋର୍ଟରେ ବିବାହ କରିଥିଲା ଦୀପକ । ୧ କୋଟି ଟଙ୍କାର ବୀମା କରିବା ନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ ୬ ତାରିଖରୁ ନିଖୋଜ ଥିଲେ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ । କନଷ୍ଟେବଳ ନିଖୋଜ ପରଠୁ ସନ୍ଦେହ ଘେରରେ ଥିଲା ପୁରୁଷ ବନ୍ଧୁ। ପୂର୍ବରୁ ନିଖୋଜ ନେଇ ପୋଷ୍ଟର ଜାରି କରିଥିଲା ପୋଲିସ। କ୍ୟାପିଟାଲ ଥାନାରେ ରିପୋର୍ଟ ଦେଇଥିଲେ ବାପା ଓ ମାଆ। କ୍ୟାପିଟାଲ ଥାନା ପୋଲିସ ଏକ ମିସିଂ କେସ ରୁଜୁ କରି ତନାଘନା ଜାରି ରଖିଥିଲା। ମୃତଦେହର ପରିଚୟ ପାଇଁ ପୋଷ୍ଟର ରିଲିଜ୍ କରି ପରିଚୟ ଦେଲେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

Comments are closed.