Latest Odisha News

BREAKING NEWS

ଶ୍ରୀମୟୀଙ୍କ କଥା କହି ଦେବାଶିଷଙ୍କୁ ତାଚ୍ଛଲ୍ୟ କଲେ ପ୍ରମିଳା

ଭୁବନେଶ୍ୱର: ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଶ୍ରୀମୟୀଙ୍କୁ ଦଳ ଅଣଦେଖା କରିଛି, ଆଉ ଦଳ ବିରୋଧରେ ମୁହଁ ଖୋଲିଲେ ଆକ୍ସନ ନେବା ଠିକ ନୁହେଁ ବୋଲି ସେ କହିଛନ୍ତି । କେବଳ ଶ୍ରୀମୟୀ ନୁହଁନ୍ତି ପ୍ରଫୁଲ୍ଲ ମଲ୍ଲିକ, ଭାସ୍କର ରାଓ ଭଳି ନେତା ସୁବିଧାବାଦୀ ନୁହଁନ୍ତି । ରାୟଗଡାର ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକାଙ୍କୁ କରାଯିବା ପରେ ଭାସ୍କର ରାଓ ରାଗି ଯାଇଥିଲେ । ସେଥିପାଇଁ ସେ ବିଜୁ ବାବୁଙ୍କ ନାଁରେ ଏକ ସଂଗଠନ ଗଢିଥିଲେ । ଭାସ୍କରଙ୍କ କହିବାନୁସାରେ ଦକ୍ଷତା ନଥିବା ଲୋକଙ୍କୁ ଏହି ପଦବୀ ଦିଆଯିବା ଉଚିତ ନଥିଲା । ସେହିପରି ଦଳରେ ଅରାଜକତା ବଢୁଛି ବୋଲି ପ୍ରଫୁଲ୍ଲ ମଲ୍ଲିକ କହିଥିଲେ । ଏହିମାନଙ୍କ କଥା ପଦାକୁ ଆସିବା ପରେ ବିଜେଡିରୁ ଏମାନେ ବିଦା ହୋଇଥିଲେ ।

ତେବେ ଦେବାଶିଷଙ୍କ ମତରେ ସେମାନଙ୍କର ଦଳପ୍ରତି ବହୁତ ଅବଦାନ ରହିଛି । ଦଳ ସମସ୍ତଙ୍କ କଥା ଶୁଣିବା ଉଚିତ୍ । ମୋତେ ଦଳ ଯାହା କୁହେ ମୁଁ ତାହା ଶୁଣିଥାଏ, ଆଉ ମୋତେ ଦଳ କେବେ ଅଣଦେଖା କରିନାହିଁ ବୋଲି ଦେବାଶିଷ କହିଛନ୍ତି । ନିକଟରେ ଶ୍ରୀମୟୀ ବିଜେଡିର ଜଣେ ବରିଷ୍ଠ ନେତାଙ୍କୁ ଭଣ୍ଡ ସନ୍ୟାସୀ କହି ତାତ୍ସଲ୍ୟ କରିଥିଲେ । ସନ୍ୟାସୀମାନେ ମୋହମାୟାରୁ ଦୂରେଇ ରହିବା କଥା, ହେଲେ ଏଠାରେ ଥିବା ସନ୍ୟାସୀ ମୋହମାୟା ରଖୁଛନ୍ତି । ଶ୍ରୀମୟୀଙ୍କ ସପକ୍ଷରେ ଦେବାଶିଷ ମତ ଦେବା ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । କ୍ଷମତା ଉପଭୋଗ ପରେ ବୟାନବାଜି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦେବାଶିଷ ଥରେ ନୁହେଁ ଅନେକଥର ବିରୋଧୀ ମନ୍ତବ୍ୟ ଦେଇଛନ୍ତି । ଏସବୁ ଦଳର ଶୃଙ୍ଖଳା କମିଟି ଦେଖୁଛି ଆଉ ଦଳର ସୁପ୍ରିମୋ ମଧ୍ୟ ଅବଗତ ଅଛନ୍ତି ବୋଲି ପ୍ରମିଳା କହିଛନ୍ତି ।

ଦଳ ଭିତରେ କୌଣସି ବିଶୃଙ୍ଖଳା ନାହିଁ, ଆମେ ଏ ବାବଦରେ ଶୃଙ୍ଖଳା କମିଟିରେ ଆଲୋଚନା କରିବୁ । ବିଜେଡି ଦଳର ସମସ୍ତ ନିଷ୍ପତି ନବୀନ ହିଁ ନେବେ । ତେଣୁ ବର୍ତ୍ତମାନ ଏ ସମ୍ପର୍କରେ କିଛି କହିହେବ ନାହିଁ ବୋଲି ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା କହିଛନ୍ତି।

କିଛିଦିନ ତଳେ ଦଳ ବିରୋଧୀ ମନ୍ତବ୍ୟ ଦେଇଥିଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ଆଉ ସେଥିପାଇଁ ିବଜେଡିରେ ତୁମ୍ବି ତୋଫାନ ହୋଇଥିଲା । କୁହୁଳିଥିବା ନିଆଁରେ ଆଜି ଦେବାଶିଷ ସାମନ୍ତରାୟ ଘିଅ ଢାଳିଛନ୍ତି । ତେବେ ଦଳର ସୁପ୍ରିମୋ ଆଗାମୀ ଦିନରେ ଏହି ଘଟଣାରେ କି ପ୍ରକାର ନିଷ୍ପତ୍ତି ନେଉଛନ୍ତି ତାହା ସମୟ ହିଁ କହିବ ।

Comments are closed.