Latest Odisha News

BREAKING NEWS

‘ନୂଆ ଓ’ ରେ ପାଣି ଭଳି ଉଡିଛି ଟଙ୍କା, ମନ୍ତ୍ରୀ ଦେଲେ ତଦନ୍ତ ଇସାରା

ଭୁବନେଶ୍ବର: ‘ନୂଆ ଓ’ କାର୍ଯ୍ୟକ୍ରମରେ ପାଣି ଭଳି ଟଙ୍କା ଉଡ଼ାଇଥିଲା ପୂର୍ବ ବିଜେଡି ସରକାର । ମୋଟ ୨୬୧ କୋଟି କୋଟି ୬୩ ଲକ୍ଷ ୨୨ ହଜାର ୧୩୦ ଟଙ୍କା ଖର୍ଚ୍ଚ କରିଥିବାବେଳେ, କେବଳ ଟି-ସାର୍ଟ ବାଣ୍ଟି ୧୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା ପୂର୍ବ ବିଜେଡି ସରକାର ।

ସେହିପରି, କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଥିଲା ୯୨ କୋଟି ଟଙ୍କା । କ୍ରୀଡ଼ା ପ୍ରତିଯୋଗିତାରେ ଖର୍ଚ୍ଚ ହୋଇଛି ୫୬ କୋଟି, ଜିଲ୍ଲା ସ୍ତରୀୟ ଉତ୍ସବରେ ୭୦ କୋଟି ଟଙ୍କା ଟଙ୍କା ଖର୍ଚ୍ଚ କରିଥିବା ନେଇ ଆଜି ସୂଚନା ଦେଇଛନ୍ତି ବିଧାନସଭାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ଗୃହରେ ଉତ୍ତର ରଖି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆହୁରି କହିଛନ୍ତି, ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ତଦନ୍ତ କରାଯିବ ଆଉ ସବୁ ସତ ସାମ୍ନାକୁ ଆସିବ ।

 

Comments are closed.