ଭୁବନେଶ୍ବର: ରାଜ୍ୟର ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ପଦବୀ ସଂଖ୍ୟା ନେଇ ଆଜି ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଗୃହରେ ପ୍ରଶ୍ନର ତଥ୍ୟ ରଖିଛନ୍ତି ଉଚ୍ଚଶକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି ଯେ, ରାଜ୍ୟର ବିଶ୍ୱବିଦ୍ୟାଳୟରେ ୧ ହଜାର ୪୦୪ଟି ଅଧ୍ୟାପକ ପଦ ସଂଖ୍ୟା ଖାଲିପଡିଛି । ସେହିପରି ୧୭ ବିଶ୍ୱବିଦ୍ୟାଳୟରେ ୨୨୮୬ ଅଣଶିକ୍ଷକ ପଦ ଖାଲି ପଡିଥିବା ସେ କହିଛନ୍ତି ।
ସେଥିମଧ୍ୟରୁ ୨୬୦ ପ୍ରାଧ୍ୟାପକ ପଦ ଖାଲି ପଡିଥିବା ବେଳେ, ୪୫୩ ଆସୋସିଏସ୍ ପ୍ରାଧ୍ୟାପକ, ୬୬୯ ସହକାରୀ ପ୍ରାଧ୍ୟାପକ ପଦ ଖାଲିପଡିଛି । ତେବେ ସବୁଠୁ ଅଧିକ ଖାଲି ପଡିଥିବା ସଂଖ୍ୟା ହେଉଛି ରେଭେନ୍ସା ବିଶ୍ୱବିଦ୍ୟାଳୟରେ । ଏହା ପଛକୁ ରହିଛି ବାଣୀବିହାର ବିଶ୍ୱବିଦ୍ୟାଳୟ ।
Comments are closed.