Latest Odisha News

Odisha Assembly: ଗଞ୍ଜେଇ ହବ୍ ପାଲଟିଛି ଓଡ଼ିଶା, ରାଜ୍ୟରେ ବିପୁଳ ପରିମାଣର ଗଞ୍ଜେଇ ଜବତ

ଭୁବନେଶ୍ୱର: ରାଜ୍ୟରେ ୨୦୨୧-୨୨ ଓ ୨୦୨୪-୨୫ ଭିତରେ ଜବତ ହୋଇଛି ବହୁ ପରିମାଣର ଗଞ୍ଜେଇ। ୨୦୨୧-୨୨ରେ ୫୭୪ ମାମଲା ଆସିଥିବାବେଳେ ୩୨ ହଜାର ୨୭୬.୮୫ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏଥିରେ ୬୮୨ ଗିରଫ ହୋଇଛନ୍ତି। ଏଭଳି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ।

ମନ୍ତ୍ରୀ କହିଛନ୍ତି, ୨୦୨୨-୨୩ରେ ୧୫୦୬ ମାମଲା ଆସିଥିବାବେଳେ ୪୨ ହଜାର ୮୬୬.୮୨ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥିରେ ୧୮୧୯ ଗିରଫ ହୋଇଛନ୍ତି । ୨୦୨୩-୨୪ରେ ୧୧୮୪ ମାମଲା ଆସିଥିବାବେଳେ ୩୪ ହଜାର ୬୪୦.୧୫ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥିରେ ୧୪୯୪ ଗିରଫ ହୋଇଛନ୍ତି । ୨୦୨୪-୨୫ରେ ୧୦୬୧ ମାମଲା ଆସିଥିବାବେଳେ ୩୪ ହଜାର ୬୭୯.୨୬ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି।

ଏଥିରେ ୧୪୬୪ ଗିରଫ ହୋଇଛନ୍ତି । ୨୦୨୪-୨୫ ସେପ୍ଟେମ୍ବର ୧୬ ଭିତରେ ୬୩୦ ମାମଲା ଆସିଥିବାବେଳେ ୧୫ହଜାର ୪୩୮.୬୮ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥିରେ ୮୪୯ ଗିରଫ ହୋଇଛନ୍ତି । ଗୃହରେ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ଏହି ଉତ୍ତର ଦେଇଛନ୍ତି ।

Comments are closed.