ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ପ୍ରିୟଦର୍ଶନ ଏବେ ତାଙ୍କର ଆଗାମୀ ଫିଲ୍ମ ହୈୱାନର ଶୁଟିଂ ନେଇ ବ୍ୟସ୍ତ ଅଛନ୍ତି । ଏଥିରେ ଅକ୍ଷୟ କୁମାର ଓ ସୈଫ ଅଲୀ ଖାଁ ମୂଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ରିପୋର୍ଟ ମୁତାବକ ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ମୋହନଲାଲ ଅଭିନୟ କରିବେ । ଅବଶ୍ୟ ଏହା ଏକ କ୍ୟାମିଓ ରୋଲ ହେବ । ତେବେ ଏହି ଖବର ପ୍ରସାରିତ ହେବା ପରେ ଦର୍ଶକମାନଙ୍କ ଫିଲ୍ମକୁ ନେଇ ଉତ୍କଣ୍ଠା ଆହୁରି ବୃଦ୍ଧି ପାଇଛି । ମୋହନଲାଲ କେଉଁ ଭୂମିକା କରିବେ ତାହା ଏବେ ସ୍ପଷ୍ଟ ହୋଇନି ।
ପ୍ରିୟଦର୍ଶନ କହିଛନ୍ତି ମୁଁ ସର୍ବଦା କାହାଣୀର ଚରିତ୍ରକୁ ନେଇ ଅଭିନେତା ଖୋଜିଥାଏ । ହୀରୋଙ୍କୁ ଆଖି ଆଗରେ ରଖି ଫିଲ୍ମ କରି ନ ଥାଏ । ସୂଚନାଯୋଗ୍ୟ, ହୈୱାନ ମୋହନଲାଲ ଅଭିନୀତ ଓପ୍ପମ ଫିଲ୍ମ ଉପରେ ଆଧାରିତ ବୋଲି ଅନୁମାନ କରାଯାଉଛି । ୨୦୧୬ରେ ଏହି ଫିଲ୍ମ ସାଉଥରେ ଭଲ ବ୍ୟବସାୟ କରିଥିଲା । ଏବେ ହୈୱାନ ୨୦୨୬ରେ ରିଲିଜ ହେବ ବୋଲି ସ୍ଥିର ହୋଇଛି ।
Comments are closed.