Latest Odisha News

BREAKING NEWS

ଏହି ସବୁ ଦେଶରେ ମିଳୁ ନାହାନ୍ତି ବର

ନୂଆଦିଲ୍ଲୀ: ଭାରତରେ ଏବେ ପୁଅମାନଙ୍କୁ ବିବାହ ଉପଯୋଗୀ ଝିଅ ନ ମିଳିବା ଧୀରେ ଧୀରେ ଏକ ସମସ୍ୟାରେ ପରିଣତ ହେବାରେ ଲାଗିଛି । ତେବେ ପୃଥିବୀରେ ଏ ଭଳି ଦେଶ ସବୁ ଅଛି ଯେଉଁଠାରେ ବର ମିଳିବା କଷ୍ଟକର ହୋଇ ପଡୁଛି । ଦିଜିବୁତ ନାମକ ଏକ ଦେଶ ଅଛି ଯେଉଁଠାରେ ମହିଳାଙ୍କ ଅନୁପାତ ୫୫ ପ୍ରତିଶତ ରହିଛି । ଏଠାରେ ଅଧିକାଂଶ ପୁରୁଷ ରୋଜଗାର ପାଇଁ ନିଜ ଦେଶ ଛାଡି ଅନ୍ୟତ୍ର ଯାଉଛନ୍ତି । ସେଠାରେ ସେମାନେ ବିବାହ କରି ରହୁଛନ୍ତି । ଫଳରେ ଯୁବକମାନଙ୍କ ସଂଖ୍ୟା କମିବାରେ ଲାଗିଛି । ହଂକଂରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହେଇଛି । ଏଠାରେ ମହିଳାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ଲିଥୁଆନିୟାରେ ମହିଳାମାନେ ନୀରୋଗ ରହୁଥିବା ବେଳେ ପୁରୁଷମାନଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏଠାରେ ମଧ୍ୟ ପୁରୁଷ ତୁଳନାରେ ନାରୀ ସଂଖ୍ୟା ଅଧିକ ହୋଇଥିବାରୁ ଅନେକ ଅବିବାହିତ ରହୁଛନ୍ତି । ବହମାସରେ ମହିଳାମାନେ ସୁସ୍ଥ ଜୀବନ ବିତାଉଥିବା ବେଳେ ପୁରୁଷମାନଙ୍କ ସଂଖ୍ୟା କମୁଛି । ଏହି ଛୋଟ ଦେଶରେ ଅନେକ ଯୁବତୀ ସେମାନଙ୍କ ପ୍ରିୟ ମଣିଷକୁ ଅପେକ୍ଷା ଅପେକ୍ଷା କରି କରି ବୟସ ଗଡାଉଛନ୍ତି । ରୁଷିଆରେ ମହିଳାମାନଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ଅଧିକ ରହୁଛି । ପୁରୁଷମାନେ ନିଶାଗ୍ରସ୍ତ ହେଉଥିବାରୁ ସେମାନଙ୍କ ସଂଖ୍ୟା କମିବାରେ ଲାଗିଛି । ୟୁକ୍ରେନ, ବେଲାରୁଷ, ଲାଟଭିଆ, ଅଙ୍ଗୁଇଲା, ମାଲଡୋଭା ଓ ପୁଏର୍ଟରିକୋ ଦେଶରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳୁଛି ।

Comments are closed.