Latest Odisha News

BREAKING NEWS

ଅର୍ଥ ଆତ୍ମସାତ ଘଟଣା; ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପୂର୍ବତନ ପ୍ରିନ୍ସିପାଲ୍ ଗିରଫ

ଭୁବନେଶ୍ୱର: ସୋନପୁର ବିନିକାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ପୂର୍ବତନ ପ୍ରିନ୍ସିପାଲ୍ ସୌମ୍ୟରଞ୍ଜନ ଖେତିଙ୍କୁ ସୋମବାର ଦିନ ଭିଜିଲାନ୍ସ ଅଧିକାରୀମାନେ ୫୫,୦୨,୬୧୦ ଟଙ୍କା ସରକାରୀ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଗିରଫ କରିଛନ୍ତି।

ଭିଜିଲାନ୍ସର ବିବୃତ୍ତି ଅନୁଯାୟୀ, ପୂର୍ବତନ ପ୍ରିନ୍ସିପାଲ୍ ୨୦୨୧-୨୨ ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ତାଙ୍କ ସରକାରୀ କ୍ଷମତାର ଅପବ୍ୟବହାର କରି MDM, ମୋ ସ୍କୁଲ ଅଭିଯାନ ଏବଂ ବାଳିକା ହଷ୍ଟେଲ ପାଣ୍ଠିରୁ ଟଙ୍କା ଠକେଇ କରିଛନ୍ତି।ସୌମ୍ୟରଞ୍ଜନଙ୍କୁ ସେପ୍ଟେମ୍ବର ୨୯, ୨୦୨୧ରୁ ବିନିକା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ୍ ଭାବରେ ନିଯୁକ୍ତି ଦିଆଯାଇଥିଲା। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସରକାରୀ ପାଣ୍ଠିର ଅପବ୍ୟବହାର ସମ୍ପର୍କରେ ସୂଚନା ମିଳିଥିଲା। ପରେ ଯାହାର ତଦନ୍ତ କରାଯାଇଥିଲା।

ତଦନ୍ତ ପରେ ଓଡ଼ିଶା ଭିଜିଲାନ୍ସ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ଏବଂ 316/61(2) BNS ଅନୁଯାୟୀ ଏକ ମାମଲା ରୁଜୁ କରିଛି।

ତେବେ ଏହି ମାମଲାରେ ତାଙ୍କୁ ଗିରଫ କରାଯିବା ସହ ଏନେଇ ତାଙ୍କୁ ଅଧିକ ପଚରାଉଚରା କରାଯାଉଛି।

 

Comments are closed.