Latest Odisha News

BREAKING NEWS

ରାଜ୍ୟରେ ୧୮୨ଟି ଆଇଏଏସ, ଆଇପିଏସ ଓ ଆଇଏଫଏସ ପୋଷ୍ଟ ଖାଲି ପଡିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆଇଏଏସ, ଆଇପିଏସ ଓ ଆଇଏଫଏସ ଆଦି ୧୮୨ଟି ପୋଷ୍ଟ ସମ୍ପୂର୍ଣ୍ଣ ଖାଲି ପଡିଛି । ତେବେ ଆଜି ବିଧାନସଭାରେ ବିଜେଡି ବିଧାୟକ ଅରୁଣ ସାହୁ ପ୍ରଶ୍ନ କରିଥିଲେ ଯେ, ରାଜ୍ୟର ଆଇଏଏସ୍, ଆଇପିଏସ୍ ଏବଂ ଆଇଏଫଏସ୍ ସେବାରେ ମୋଟ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା କେତେ? ଆଉ ଆଜିର ଦିନରେ କେତେ ଅଧିକାରୀଙ୍କ ପଦବୀ ଖାଲି ପଡ଼ିଛି?

ଏହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ଆଇଏଏସଙ୍କ ସଂଖ୍ୟା ହେଉଛି ୨୪୮, ହେଲେ ମୋଟ ଅଛନ୍ତି ୨୦୩ ଜଣ । ଆହୁରି ୪୫ଜଣଙ୍କର ଆବଶ୍ୟକଚା ରହିଛି । ସେହିପରି, ଆଇପିଏସଙ୍କ ଆବଶ୍ୟକତା ରାଜ୍ୟରେ ୧୯୫ ଥିବା ବେଳେ ଅଛନ୍ତି ୧୨୯, ଆବଶ୍ୟକ ରହିଛନ୍ତି ୬୬ଜଣ । ଆଇଏଫଏସଙ୍କ ଆବଶ୍ୟକ ରହିଛି ୧୪୧ କିନ୍ତୁ ଅଛନ୍ତି ୭୦ଜଣ । ଆହୁରି ଆବଶ୍ୟକ ରହିଛନ୍ତି ୭୧ଜଣ ବୋଲି ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସେହିପରି ୧୯୫ଟି ମଞ୍ଜୁରୀପ୍ରାପ୍ତ ଆଇପିଏସ୍ ସଂଖ୍ୟା ଥିଲେ ବି, ତା ଭିତରୁ ୬୬ଟି ପଦବୀ ଫାଙ୍କା ପଡ଼ିଛି । ସେହିଭଳି ଏବେ ବି ୩୪୨ ଓଏଏସ୍ ପଦବୀ ଏବଂ ୧୪୧ ଓପିଏସ୍ ପଦବୀ ଖାଲି ପଡ଼ିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Comments are closed.