ଭୁବନେଶ୍ୱର: ଗତ ସାଢ଼େ ୪ ମାସରେ ହାତୀ-ମଣିଷ ଲଢ଼େଇ ମଧ୍ୟରେ ୪୫ ଜଣ ଲୋକଙ୍କ ଜୀବନ ଯାଇଛି । ଏପରିକି ଏହି ସମୟ ମଧ୍ୟରେ ବିଭିନ୍ନ କାରଣରୁ ୯ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ବିଦ୍ୟୁତ୍ ଆଘାତରେ ୭ଟି ହାତୀର ଜୀବନ ଯାଇଥିବା ନେଇ ମଙ୍ଗଳବାର ବିଧାନସଭାର ମୌସୁମୀ ଅଧିବେଶନରେ ଗୃହରେ ଏହି ତଥ୍ୟ ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ।
ସେହିପରି ଟ୍ରେନ ଧକ୍କା ଏବଂ ଶିକାରୀଙ୍କ ଗୁଳିରେ ୨ଟି ହାତୀର ମୃତ୍ୟୁ ହୋଇଥିବା ମନ୍ତ୍ରୀ କହିଛନ୍ତି । ୨୦୨୪ ନଭେମ୍ବର ଗଣନା ଅନୁସାରେ ୨୧୦୩ ହାତୀ ଅଛନ୍ତି ବୋଲି ମନ୍ତ୍ରୀ ଗୃହରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ।
Comments are closed.