Latest Odisha News

BREAKING NEWS

ବିବିଏଲରେ ପ୍ରଥମ ଭାରତୀୟ ଖେଳାଳି ଭାବେ ଖେଳିବେ ଅଶ୍ୱୀନ

ନୂଆଦିଲ୍ଲୀ: ଭାରତର ପୂର୍ବତନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ବିଗ ବ୍ୟାଶ ଲିଗର ସିଡନୀ ଥଣ୍ଡର ପକ୍ଷରୁ ଖେଳିବେ । ସେ ପ୍ରଥମ ଭାରତୀୟ ଭାବେ ଏହି ଲୋକପ୍ରିୟ ଲିଗରେ ଖେଳିବା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ସିଡନୀ ଥଣ୍ଡର ଭଲ ଭାବେ ଜାଣିଛି ମୋର ବ୍ୟବହାର କ୍ରିକେଟ ପଡିଆରେ କିପରି ହେବ ବୋଲି ଅଶ୍ୱୀନ କହିଛନ୍ତି । ମୁଁ ଦଳ ପାଇଁ ଭଲ ପ୍ରଦର୍ଶନ କରିବି ବୋଲି ବ୍ୟଗ୍ରତା ସହକାରେ ଅପେକ୍ଷା କରିଛି । ସିଡନୀ ଥଣ୍ଡରର ମୂଖ୍ୟ ଟ୍ରେଂଟ କୋପଲାଣ୍ଡ କହିଛନ୍ତି ଏହା ବିବିଏଲ ଇତିହାସର ଏକ ବଡ ଚୁକ୍ତି ମଧ୍ୟରେ ପରିଗଣତି ହେବ । ଅଶ୍ୱୀନଙ୍କୁ କେତେ ଟଙ୍କାରେ ଚୁକ୍ତିବଦ୍ଧ ହୋଇଛନ୍ତି ତାର ଖୁଲାସା କରି ନାହାନ୍ତି ।

ନିକଟରେ ଚେନ୍ନାଇ ସୁପର କିଙ୍ଗ ପକ୍ଷରୁ ଖେଳୁଥିବା ଅଶ୍ୱୀନ ଅବସର ଘୋଷଣା କରିଥିଲେ । ସେ ପ୍ରଥମ ଭାରତୀୟ ଭାବେ ଏହି ଲିଗରେ ଖେଳିବେ । ବିଦେଶରେ ରହିବା ପରେ ଉନ୍ମୁକ୍ତ ଚାନ୍ଦ ଓ ନିଖିଳ ଚୌଧୁରୀ ଏହି ଲିଗ ଖେଳିଥିଲେ । ବିବିଏଲର ଦ୍ୱିତୀୟ ଭାଗରେ ଅଶ୍ୱୀନ ଟିମ ସହିତ ଯୋଡି ହେବେ । ଭାରତ ପକ୍ଷରୁ ଅଶ୍ୱୀନ ୫୩୭ ଟେଷ୍ଟ ୱିକେଟ ଅକ୍ତିଆର କରିଛନ୍ତି । ଆଇପିଏଲରେ ସେ ୨୨୧ ମ୍ୟାଚରେ ୧୮୭ ୱିକେଟ ନେଇଛନ୍ତି । ଚମତ୍କାର ସ୍ପିନ ବୋଲିଂ ବ୍ୟତୀତ ଅଶ୍ୱୀନ ବଡ ଶଟ ଖେଳିବା ଦକ୍ଷତା ରଖିଛନ୍ତି । ଯାହାକି ଟି୨୦ ଫର୍ମାଟରେ ତାଙ୍କ ଦଳକୁ ସହାୟ ହେବ ବୋଲି ଆଶା କରାଯାଉଛି ।

Comments are closed.