ଭୁବନେଶ୍ବର:ଆଜିର ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଦ୍ୱାରା ଫୁସଫୁସ ସ୍ୱାସ୍ଥ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇପାରେ। ଯଦି ଆପଣଙ୍କର ଫୁସଫୁସକୁ ମଜବୁତ ଓ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ଆପଣଙ୍କର ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଉନ୍ନତି ଆଣିବା ପାଇଁ କାମ କରିବା ଉଚିତ।
ତେବେ ଆପଣଙ୍କ ଫୁସଫୁସ ସଫା କରିବା ପାଇଁ ଆପଣ କେଉଁ ପାନୀୟ ପିଇପାରିବେ ଆସନ୍ତୁ ଜାଣିବା।
-ବିଟରୁଟ୍ ରସ କେବଳ ରକ୍ତହୀନତା ଦୂର କରେ ନାହିଁ । ଏହା ଫୁସଫୁସର ସ୍ୱାସ୍ଥ୍ୟକୁ ସୁଦୃଢ଼ କରିବାରେ ମଧ୍ୟ ଲାଭଦାୟକ । ଫୁସଫୁସ କାର୍ଯ୍ୟକ୍ଷମତା ଏବଂ ଅମ୍ଳଜାନ ସ୍ତରକୁ ଉନ୍ନତ କରିବା ପାଇଁ ବିଟରୁଟ୍ ସେବନ କରନ୍ତୁ । ଏହା ସହିତ ପୋଷକତ୍ତ୍ବରେ ଭରପୂର ଗ୍ରୀନଟି ମଧ୍ୟ ଫୁସଫୁସ ପାଇଁ ଲାଭଦାୟକ ।
-ଆପଣଙ୍କ ଫୁସଫୁସକୁ ସଫା କରିବା ପାଇଁ, ଆପଣ ପ୍ରତିଦିନ ସକାଳେ ତୁଳସୀ ପତ୍ର ପାଣି ପିଇପାରିବେ। ଆହୁରି ମଧ୍ୟ ହଳଦୀ କ୍ଷୀର ପିଇବା ଦ୍ବାରା ମଧ୍ୟ ଆପଣଙ୍କ ଫୁସଫୁସ ସ୍ବାସ୍ଥ୍ୟ ପାଇଁ ଭଲ ।
-ଫୁସଫୁସ ସୁସ୍ଥ ରଖିବା ପାଇଁ ଅଁଳା ରସ ପିଇବା ଆରମ୍ଭ କରନ୍ତୁ। ଆଲୋଭେରା ରସ ମଧ୍ୟ ଫୁସଫୁସ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ଗିଲୋୟ ରସ ଆପଣଙ୍କ ଫୁସଫୁସ ସ୍ୱାସ୍ଥ୍ୟରେ ମଧ୍ୟ ଯଥେଷ୍ଟ ଉନ୍ନତି ଆଣିପାରେ।
-ଅଦାରେ ପ୍ରାକୃତିକ ଗୁଣ ଅଛି ଯାହା ଫୁସଫୁସରେ ପ୍ରଦାହ କମାଇବା ଏବଂ କଫ ସଫା କରିବାରେ ସାହାଯ୍ୟ କରେ। ଏଥିପାଇଁ ଅଦା ଚା ତିଆରି କରନ୍ତୁ କିମ୍ବା ଏହାକୁ କଞ୍ଚା ଖାଆନ୍ତୁ। ଅଦା ରସକୁ ମହୁ ସହିତ ମିଶାଇ ଦିନକୁ ଦୁଇଥର ସେବନ କରିପାରିବେ ।
-ଲେମ୍ବୁରେ ଭିଟାମିନ୍ ସି ଥାଏ, ଯାହା ଫୁସଫୁସକୁ ସଫା ଏବଂ ମଜବୁତ କରିବାରେ ସାହାଯ୍ୟ କରେ। ଉଷୁମ ପାଣିରେ ଅଧା ଲେମ୍ବୁ ଚିପୁଡ଼ି ସକାଳେ ଖାଲି ପେଟରେ ପିଅନ୍ତୁ। ଏହି ଉପାୟ ଆପଣଙ୍କ ଶରୀର ଏବଂ ଫୁସଫୁସରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ।
ତେବେ ଭଲ ଫଳାଫଳ ପାଇବା ପାଇଁ ଏହି ପାନୀୟଗୁଡ଼ିକୁ ସଠିକ ପରିମାଣରେ ଏବଂ ସଠିକ୍ ଉପାୟରେ ସେବନ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ।
Comments are closed.