ଦୁବାଇ: ଆନ୍ତର୍ଜାତୀୟ ଟି୨୦ରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗୋଟିଏ ପରେ ଗୋଟିଏ କୀର୍ତିମାନ ସ୍ଥାପନ କରୁଛନ୍ତି । ଚଳିତ ଏସିଆ କପ କ୍ରିକେଟରେ ଶ୍ରୀଲଙ୍କା ବିପକ୍ଷରେ ଅଭିଷେକ ୩୧ ବଲରେ ୬୧ ରନ କରି ଆଉଟ ହୋଇଥିଲେ । ଏହି ବିସ୍ଫୋରକ ଇନିଂସ ଅବସରରେ ସେ ଏସିଆ କପରେ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ଏସିଆ କପର ଟି୨୦ ଫର୍ମାଟରେ ଅଭିଷେକ ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ସେ ପାକିସ୍ତାନର ମହମ୍ମଦ ରିଜୱାନଙ୍କୁ ପଛରେ ପକାଇଛନ୍ତି । ଅଭିଷେକ ୬ଟି ଇନିଂସରେ ୩୦୯ ରନ କରିଛନ୍ତି । ରିଜୱାନ ସମାନ ମ୍ୟାଚରେ ୨୮୧ ରନ ସଂଗ୍ରହ କରିଥିଲେ । ବିରାଟ କୋହଲି ୫ ଇନିଂସରେ ୨୭୬ ଓ ଇବ୍ରାହିମ ଜାଦରନ ୧୯୬ ରନ କରି ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । ଅଭିଷେକ ତାଙ୍କ ଟି୨୦ କ୍ୟାରିୟରରେ ୬ ଥର ୨୫ରୁ କମ ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି ।
ସୂର୍ଯ୍ୟକୁମାର ଯାଦବ ୭ ଥର ୨୫ରୁ କମ ବଲରେ ଅର୍ଦ୍ଧଶତକ ହାସଲ କରି ଶୀର୍ଷରେ ରହିଛନ୍ତି । ରୋହିତ ଶର୍ମା(୬ ଥର), ଯୁବରାଜ ସିଂ (୪) ଓ କେଏଲ ରାହୁଲ ୩ ଥର ଏହି ସଫଳତା ହାସଲ କରିଛନ୍ତି । ଟି୨୦ ଟୁର୍ଣ୍ଣାମେଂଟ ଓ ସିରିଜରେ ସର୍ବାଧିକ ରନ ସଂଗ୍ରହରେ ଅଭିଷେକ ୫ମ ସ୍ଥାନରେ ରହିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ଫିଲ ସଲ୍ଟ ୩୩୧ ରନ କରି ପ୍ରଥମ ସ୍ଥାନରେ ରହିଛନ୍ତି । ବିରାଟ କୋହଲି (୩୧୯), ତିଳକରତ୍ନେ ଦିଲଶାନ(୩୧୭) ଓ ମହମ୍ମଦ ରିଜୱାନ ୩୧୬ ରନ କରି ଯଥାକ୍ରମେ ଦ୍ୱିତୀୟରୁ ୪ର୍ଥ ସ୍ଥାନ ମଧ୍ୟରେ ରହିଛନ୍ତି ।
Comments are closed.