Latest Odisha News

BREAKING NEWS

ନବରାତ୍ରିରେ କାହିଁକି ବୁଣା ଯାଏ ଯଅ, ଜାଣନ୍ତୁ କଣ ରହିଛି ମାହାତ୍ମ୍ୟ

ନୂଆଦିଲ୍ଲୀ: ଅକ୍ଟୋବର ୧ରେ ମହାନବମୀରେ କନ୍ୟା ପୂଜନ ସହିତ ଶେଷ ହେବ ନବରାତ୍ରି। ଏହି ସମୟରେ ଦେବୀ ଦୁର୍ଗାଙ୍କ ନଅଟି ରୂପକୁ ବିଧିବଦ୍ଧ ଭାବରେ ପୂଜା କରାଯାଇଥାଏ।ଏହି ସମୟରେ ଲୋକମାନେ ସେମାନଙ୍କ ଘରେ ଅଖଣ୍ଡ ଦୀପ ଜଳାଇ ଦେବୀ ଦୁର୍ଗାଙ୍କୁ ପୂଜା କରିଥାନ୍ତି। ଏହି ଅବସରରେ ପୂଜା ଏବଂ ଉପବାସ ବ୍ୟତୀତ କଳଶ ସ୍ଥାପନ ଏବଂ ଜଅ (ଯବ)ର ବହୁତ ମହତ୍ତ୍ୱ ରହିଛି।

ନବରାତ୍ରିର ପ୍ରଥମ ଦିନରେ ଘଟ ଅର୍ଥାତ୍ ଏକ ପତ୍ର  ସ୍ଥାପନ କରାଯାଇ ତାହା ଉପରେ ଯବ ବୁଣାଯାଇଥାଏ। ନବରାତ୍ରି ସମୟରେ ମାଟି ପାତ୍ରରେ ଯବ ବୁଣିବାର ପରମ୍ପରା ବହୁ ପୁରୁଣା ସମୟରୁ ଚାଲିଆସୁଛି। ଏହା “ଯବ ଜୟନ୍ତୀ” ଭାବରେ ମଧ୍ୟ ଜଣାଶୁଣା ଅଟେ। ପୌରାଣିକ କଥା ଅନୁଯାୟୀ ଯବକୁ ବିଶ୍ୱର ପ୍ରଥମ ଶସ୍ୟ ଏବଂ ବ୍ରହ୍ମାଙ୍କ ଏକ ରୂପ ବୋଲି ବିବେଚନା କରାଯାଏ। ଯେପରି ବ୍ରହ୍ମା ସମସ୍ତ ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ ସେହିପରି ଯବକୁ ମଧ୍ୟ ବ୍ରହ୍ମାଙ୍କ ଏକ ରୂପ ବୋଲି ବିବେଚନା କରାଯାଏ। ଯଅ ଲଗାଇବା ପାଇଁ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ ଯେପରିକି ଯଦି ଏହାକୁ ଅନୁପଯୁକ୍ତ ଭାବରେ ଲଗାଯାଏ କିମ୍ବା ଏଥିରେ ଅଧିକ ପାଣି ଦିଆଯାଏ ତେବେ ଯବ ଗଜା ହେବ ନାହିଁ। ଏହା ସାଧାରଣତଃ ୨ରୁ ୩ ଦିନ ମଧ୍ୟରେ ଗଜା ହୋଇଥାଏ ଯଦି ଏପରି ନହୁଏ ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ।

ନବରାତ୍ରିର ପ୍ରଥମ ଦିନରେ ଏକ ମାଟି ପାତ୍ର ନେଇ ଏଥିରେ ସଫା ଏବଂ ପବିତ୍ର ମାଟି ଭରିବାକୁ ପଡିଥାଏ। ପରେ ଏଥିରେ  ଯବ ଦାନାଗୁଡ଼ିକୁ ବିଞ୍ଚାଯାଇଥାଏ ଏବଂ ଏଥିରେ  ଧୀରେ ଧୀରେ ପାଣି ଦେବାକୁ ପଡିଥାଏ। ପରେ ଏହି ପାତ୍ରକୁ ଦେବୀ ଦୁର୍ଗାଙ୍କ ମୂର୍ତ୍ତି କିମ୍ବା ଫୋଟୋ ସାମ୍ନାରେ ରଖା ଯାଇଥାଏ। ନଅଦିନ ପର୍ଯ୍ୟନ୍ତ ଏଥିରେ ଅଳ୍ପ ପାଣି ଦେଇ ମାଟିକୁ ଓଦା  ରଖିବାକୁ ପଡିଥାଏ। ନବରାତ୍ରି ସମୟରେ ଏପରି କରିବା ଦ୍ବାରା ଘରେ  ଦେବୀ ଦୁର୍ଗାଙ୍କ ବିଶେଷ ଆଶୀର୍ବାଦ ରହିଥାଏ। ଅନେକ ମନ୍ଦିର ରେ ମଧ୍ୟ ଏହାକୁ ପାଳନ କରାଯାଇଥାଏ। ତେବେ ଯଦି ଆପଣ ନିଜେ ଏହି ଯବର ଯତ୍ନ ନେଇ ନପାରିବେ ତାହେଲେ ଆପଣ  ନିକଟସ୍ଥ ମନ୍ଦିରର ବ୍ରାହ୍ମଣଙ୍କୁ ଦେଇ ମଧ୍ୟ ଏହାକୁ ଲଗାଇବାକୁ କହିପାରିବେ ଏବଂ ଦକ୍ଷିଣା ସ୍ବରୂପ  ତାଙ୍କୁ କିଛି ଦାନ କରିପାରିବେ।

Comments are closed.