Latest Odisha News

BREAKING NEWS

ଭାରତ ହାତରେ ଜ୍ୟାକପଟ; ଗ୍ୟାସ ଭଣ୍ଡାରର ଭିଡିଓ ଜାରି କଲେ ମନ୍ତ୍ରୀ…

ନୂଆଦିଲ୍ଲୀ: ଭାରତ ହାତରେ ଲାଗିଛି ଏକ ବଡ ଜ୍ୟାକପଟ। ଆଣ୍ଡାମାନ ସାଗରରେ ୩୦୦ ମିଟର ଗଭୀରରେ ଲୁଚି ରହିଥିବା ଏକ ଗ୍ୟାସ ଭଣ୍ଡାର ଠାବ ହୋଇଛି। ଏହା ଭାରତର ଶକ୍ତି କ୍ଷେତ୍ର ପାଇଁ ଏକ ପ୍ରମୁଖ ସଫଳତା ହେବ।

ଆଣ୍ଡାମାନ ସାଗରରେ ଅବସ୍ଥିତ ଶ୍ରୀ ବିଜୟପୁରମ ୨ରେ ପ୍ରାକୃତିକ ଗ୍ୟାସ ଭଣ୍ଡାର ଆବିଷ୍କାର ହୋଇଛି। ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ନିଜେ ଆଣ୍ଡାମାନ ଦ୍ୱୀପପୁଞ୍ଜର ପୂର୍ବ ଉପକୂଳରୁ ପ୍ରାୟ ୧୭ କିଲୋମିଟର ଦୂରରେ ଅବସ୍ଥିତ ଏହି ଗ୍ୟାସ ଭଣ୍ଡାର ନେଇ ଘୋଷଣା କରିଛନ୍ତି।

ଅଏଲ୍ ଇଣ୍ଡିଆ ଲିମିଟେଡ୍ (ଓଆଇଏଲ୍) ଏକ୍ରେଜ୍ ଲାଇସେନ୍ସିଂ ନୀତି ଅନୁଯାୟୀ ଖନନ କରି ପ୍ରାକୃତିକ ଗ୍ୟାସ ଭଣ୍ଡାର ଆବିଷ୍କାର କରିଛି। ଇଣ୍ଡିଆନ୍ ଅଏଲ୍ ଆଣ୍ଡାମାନ ସାଗରରେ ୧୦,୦୦୦ କିଲୋମିଟରରୁ ଅଧିକ ଅଞ୍ଚଳରେ ତେଲ ଏବଂ ଗ୍ୟାସ ଅନୁସନ୍ଧାନ କରୁଛି। ଉଲ୍ଲେଖନୀୟ ଯେ ଭାରତ ଏହାର ପ୍ରାକୃତିକ ଗ୍ୟାସ ଆବଶ୍ୟକତାର ପ୍ରାୟ ୪୭-୫୦% ଆମଦାନୀ କରିଥାଏ। ୨୦୨୩ରେ ଭାରତ ପ୍ରାୟ ୩୬.୦୭ ବିଲିୟନ ଘନ ମିଟର ଏଲଏନଜି ଆମଦାନୀ କରିଥିଲା। ତେଣୁ ଏହି ପ୍ରାକୃତିକ ଗ୍ୟାସ ଭଣ୍ଡାର ଭାରତ ପାଇଁ ଏକ ବଡ଼ ସଫଳତା ପ୍ରମାଣିତ ହୋଇପାରେ।

ପେଟ୍ରୋଲିୟମ୍ ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ କୂପର ପ୍ରାରମ୍ଭିକ ଉତ୍ପାଦନ ପରୀକ୍ଷଣ ୨୨୧୨ରୁ ୨୨୫୦ମିଟର ଗଭୀରତାରେ କରାଯାଇଥିଲା। ଯେଉଁଠାରେ ପ୍ରାକୃତିକ ଗ୍ୟାସର ଉପସ୍ଥିତି ସ୍ପଷ୍ଟ କରାଯାଇଥିଲା। ସେ ପ୍ରାକୃତିକ ଗ୍ୟାସର ଉପସ୍ଥିତିର ପ୍ରମାଣ ସ୍ୱରୂପ ମନ୍ତ୍ରୀ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ତେବେ ଗ୍ୟାସ ନମୁନାଗୁଡ଼ିକୁ କାକିନାଡା ବନ୍ଦରକୁ ଅଣାଯାଇ ସେଗୁଡ଼ିକର ପରୀକ୍ଷା କରାଯାଇଥିଲା।

 

Comments are closed.