ମୁମ୍ବାଇ: ବଲିଉଡରେ ରୋମାନ୍ସ ନେଇ ଆଲୋଚନା ହେବା ମାତ୍ରେ ୟଶ ଚୋପ୍ରାଙ୍କ କଥା ନିଶ୍ଚିତ ଭାବେ ଉଠିବ । ଅମିତାଭ ବଚ୍ଚନ, ରିଷି କାପୁର ଓ ଶାହାରୁଖଙ୍କ କ୍ୟାରିୟର ସଜାଡିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ପ୍ରତ୍ୟେକ ଫିଲ୍ମରେ ରୋମାନ୍ସର ନୂଆ ରୂପ ଦେଖିବାକୁ ମିଳିଥାଏ । ଶାହାରୁଖଙ୍କ ସହ ତାଙ୍କର ପାରିବାରିକ ସମ୍ପର୍କ ରହିଥିଲା । ଡର, ଦିଲ ତୋ ପାଗଲ ହେ ଓ ଭୀରଜାରା ପରି ଫିଲ୍ମ ସେମାନେ ଏକତ୍ର କରିଥିଲେ । ଜବ ତକ ଜାନ ହେ ଫିଲ୍ମର ଶେଷ ଦୃଶ୍ୟ ଶୁଟିଂ ହେବା ପରେ ୟଶ କହିଥିଲେ, ଫିଲ୍ମ ଶେଷ ହୋଇଗଲା.. । ଏହା ପରେ ତାଙ୍କ ଆଖି ଛଳ ଛଳ ହୋଇଯାଇଥିଲା । ଶାହାରୁଖ କହିଥିଲେ ଆମେ ପୂନର୍ବାର ଫିଲ୍ମ କରିବା । ମାତ୍ର ୟଶ ଏହା ପରେ ଦୁନିଆ ଛାଡି ଦେଇଥିଲେ ।
ଅମିତାଭଙ୍କ କ୍ୟାରିୟର ଯେତେବେଳେ ସଙ୍କଟରେ ପଡିଥିଲା ସେ ଦୀୱାର ଭଳି ଫିଲ୍ମ ତାଙ୍କୁ ନେଇ ଭେଟି ଦେଇଥିଲେ । ପରେ ତ୍ରିଶୂଳ, କାଲା ପଥର, କଭି କଭି ଓ ସିଲସିଲା ପରି ଫିଲ୍ମ ଏକତ୍ର କରିଥିଲେ । କଭିକଭି ପରେ ଅମିତାଭଙ୍କ ରୋମାଂଟିକ ରୂପ ଦର୍ଶକଙ୍କ ସମ୍ମୁଖକୁ ଆସିଥିଲା । ୯୦ ଦଶକରେ ମୋହବତେଁ ଫିଲ୍ମ ପୂନର୍ବାର ଅମିତାଭଙ୍କ କ୍ୟାରିୟରକୁ ଆଉ ପାଦେ ଆଗକୁ ନେଇ ଯାଇଥିଲା । ସହିପରି କଭିକଭିରେ ରିଷି କାପୁର ଅଭିନୟ କରିବାକୁ ମନା କରିଥିଲେ । ପରେ ସେ କିନ୍ତୁ ମାନିଥିଲେ ଏହି ଫିଲ୍ମ ତାଙ୍କ କ୍ୟାରିୟରକୁ ସଜାଡିଥିଲା ।
Comments are closed.