ଲଦାଖ: ବୁଧବାର ଜମ୍ମୁ-କଶ୍ମୀର ସ୍ଥିତ ଲଦାଖ ଲେହରେ ବାଂଲାଦେଶ ଏବଂ ନେପାଳ ହିଂସାର ପ୍ରତିଛବି ଦେଖିବାକୁ ମିଳିଥିଲା। ବିଜେପି କାର୍ଯ୍ୟାଳୟ ଏବେ ସୁରକ୍ଷାକର୍ମୀଙ୍କ ଭ୍ୟାନ ଜାଳିଦେଇଥିଲେ ବିକ୍ଷୋଭକାରୀ। ହେଲେ ପରେ ସ୍ଥିତି ଆୟତ୍ତ କରାଯାଇଥିଲା। ଶୁକ୍ରବାର ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପାଇଁ ଆନ୍ଦୋଳନର ନେତୃତ୍ୱ ନେଉଥିବା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ୍ଙ୍କୁ ଯୁବଗୋଷ୍ଠୀଙ୍କୁ ହିଂସା ପାଇଁ ଉସକାଉଥିବା ଅଭିଯୋଗରେ ଗିରଫ କରିଯାଇଛି। ଶୁକ୍ରବାର ଦିନ ଜାତୀୟ ସୁରକ୍ଷା ଆଇନ (NSA) ଅନୁଯାୟୀ ତାଙ୍କୁ ଗିରଫ କରାଯାଇ ରାଜସ୍ଥାନର ଯୋଧପୁର କେନ୍ଦ୍ରୀୟ କାରାଗାରକୁ ସ୍ଥାନାନ୍ତର କରାଯାଇଛି। ଏହି ସମୟରେ, ଲଦାଖ ଡିଜିପି ଏକ ବଡ଼ ବୟାନ ଜାରି କରିଛନ୍ତି। ସୋନମ ୱାଙ୍ଗଚୁକ୍ଙ୍କ ପାକିସ୍ତାନୀ ଲିଙ୍କ୍ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି।
ପାକିସ୍ତାନ, ବାଂଲାଦେଶ ସହ ଥିଲା ସଂପର୍କ?
ଲଦାଖ ଡିଜିପି ଏସଡି ସିଂହ ଜାମୱାଲଙ୍କ ଅନୁଯାୟୀ, ପାକିସ୍ତାନର ପିଆଇଓ ସୋନମ ୱାଙ୍ଗଚୁକ୍ଙ୍କ ସହ ଯୋଗାଯୋଗରେ ଥିଲେ। ଯାହାଙ୍କୁ ଗିରଫ କରାଯାଇଛି। ତଦନ୍ତକାରୀମାନେ ସମ୍ଭାବ୍ୟ ପାକିସ୍ତାନୀ ଲିଙ୍କ୍ ତଦନ୍ତ କରୁଛନ୍ତି। ଡିଜିପି ୱାଙ୍ଗଚୁକଙ୍କ ପୂର୍ବ ସୀମା ପାର ଯାତ୍ରା ଏବଂ ଇସଲାମାବାଦରେ ଅଧିକାରୀଙ୍କ ସହ ଆଲୋଚନାର ଅଭିଯୋଗ ଉଦ୍ଧୃତ କରିଛନ୍ତି। ଡିଜିପି ଦାବି କରିଛନ୍ତି ଯେ ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା। ପାକିସ୍ତାନୀ ପିଆଇଓ ୱାଙ୍ଗଚୁକଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ତାଙ୍କୁ ରିପୋର୍ଟ କରୁଥିଲେ। ଆମ ପାଖରେ ଏହାର ରେକର୍ଡ ଅଛି ବୋଲି ଦାବି କରିଛନ୍ତି ଡିଜିପି। ସେ ପାକିସ୍ତାନରେ ଏକ ଡନ୍ କାର୍ଯ୍ୟକ୍ରମରେ ବି ଯୋଗ ଦେଇଥିଲେ। ସେ ବାଂଲାଦେଶ ମଧ୍ୟ ଗସ୍ତ କରିଥିଲେ। ଯାହାକୁ ନେଇ ଏବେ ତାଙ୍କ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଉ ଅନ୍ୟପଟେ ପୂର୍ବରୁ ହିଁ ବିବାଦୀୟ ରହିଛି କଶ୍ମୀର। ଏଠି ପାକିସ୍ତାନର ପଦୂର୍ଭାବ ପୂର୍ବରୁ ରହିଥିବା ବେଳେ ଏବେ ୱାଙ୍ଗଚୁକଙ୍କ ପାକିସ୍ତାନ ଲିଙ୍କ ଅନେକ ଆଶଙ୍କା ସୃଷ୍ଟି କରିଛି।
କାହିଁକି ଲେହରେ ଅଶାନ୍ତି ?
ବୁଧବାର ଲେହରେ ପ୍ରଦର୍ଶନକାରୀମାନେ ବିଜେପି କାର୍ଯ୍ୟାଳୟ ଏବଂ ଏକ CRPF ଭ୍ୟାନରେ ନିଆଁ ଲଗାଇ ଦେବା ପରେ ଅତି କମରେ ଚାରି ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ୭୦ ରୁ ଅଧିକ ଆହତ ହୋଇଥିଲେ। ଡିଜିପି କହିଛନ୍ତି ଯେ ଯେବେଠାରୁ ଲଦାଖ ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇଛି, ସେବେଠାରୁ ଷଷ୍ଠ ଅନୁସୂଚୀ ଏବଂ ରାଜ୍ୟ ମାନ୍ୟତା ପାଇଁ ରାଜନୈତିକ ଦାବି ବଢ଼ି ଚାଲିଛି।ସୋନମ୍ ୱାଙ୍ଗଚୁକ୍ ହିଂସାକୁ ଉସୁକାଇବାର ଇତିହାସ ରଖିଛନ୍ତି। ସରକାର ପୂର୍ବରୁ ଲେହ ସର୍ବୋଚ୍ଚ ସଂସ୍ଥା ଏବଂ କେଡିଏ ସହିତ କାମ କରୁଛନ୍ତି, କିନ୍ତୁ ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ଷଷ୍ଠ ଅନୁସୂଚୀ ମାନ୍ୟତା ଏବଂ ରାଜ୍ୟ ମାନ୍ୟତା ଦାବି କରୁଛନ୍ତି, ଯାହା ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛି । ୱାଙ୍ଗଚୁକଙ୍କ ୩୫ ଦିନିଆ ଅନଶନର ୧୫ ଦିନରେ ହିଁ ପ୍ରାୟ ୫ ହଜାରରୁ ୬ ହଜାର ଲୋକଙ୍କ ଏକ ଗୋଷ୍ଠୀ ଗୋଷ୍ଠୀ ସରକାରୀ କୋଠାକୁ କ୍ଷତି ପହଞ୍ଚାଇଥିଲା। ସିଆରପିଏଫ୍ କର୍ମଚାରୀଙ୍କୁ ନିର୍ମମ ଭାବରେ ମାଡ଼ ମରାଯାଇଥିଲା। ଅଗ୍ନିକାଣ୍ଡ ସମୟରେ ଚାରି ଜଣ ମହିଳା ପୋଲିସ ଅଧିକାରୀ କୋଠାରେ ଉପସ୍ଥିତ ଥିଲେ। ସେମାନେ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଥିଲେ, ଯେଉଁଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା।
ସରକାରଙ୍କ ଉପରେ ଦୋଷ ଲଦିଥିଲେ ୱାଙ୍ଗଚୁକ
ପୁରସ୍କାରପ୍ରାପ୍ତ ପରିବେଶବିତ୍ ଏବଂ କର୍ମୀ ସୋନମ ୱାଙ୍ଗଚୁକ୍ ଲଦାଖରେ ହିଂସା ପଛରେ ବିଜେପିର ପ୍ରତିଶୃତି ଅପୂରଣକୁ ଦର୍ଶାଇଥିଲେ। ସେ କହିଥିଲେ ବିଜେପି ଦ୍ୱାରା ୨୦୨୦ ରେ ଦିଆଯାଇଥିବା ପ୍ରତିଶ୍ରୁତି ଉପରେ “ୟୁ-ଟର୍ଣ୍ଣ” ଏବଂ ସ୍ଥାନୀୟ ଯୁବକମାନଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ବେକାରୀ ରହିବା ଦ୍ୱାରା ଯୁବକଙ୍କ ମଧ୍ୟରେ ଅଶୋନ୍ତିଷ ବଢିଥିଲା। ୱାଙ୍ଗଚୁକ୍ କହିଛନ୍ତି ଯେ ଅଶାନ୍ତି ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ଅନୁସୂଚୀ ଅଧୀନରେ ଅନ୍ତର୍ଭୁକ୍ତ କରିବା ଦାବି କରୁଥିବା ହତାଶ ଯୁବକମାନଙ୍କର ଏକ “ଜୈବିକ ବିସ୍ଫୋରଣ” ଥିଲା।
Comments are closed.