Latest Odisha News

BREAKING NEWS

ବିଜୟଙ୍କ ରାଲିରେ ଦଳାଚକଟା; ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ 

କରୁର: ତାମିଲନାଡୁର କରୁରରେ ଶନିବାର ଦିନ ବିଜୟଙ୍କ ରାଲିରେ ହୋଇଥିବା ଦଳାଚକଟାରେ ଅତି କମରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିଲେ। ଆଉ ଏହି ଘଟଣା ପରେ ଥାଲାପତି ବିଜୟ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଅଭିନେତା ତଥା ରାଜନେତା ବିଜୟ ଦୁଃଖ ପ୍ରକାଶ କରି ଲେଖିଛନ୍ତି ଯେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓ ଆହତ ହୋଇଥିବା ବ୍ୟକ୍ତି ମାନଙ୍କ ପାଇଁ ସେ ହୃଦୟରୁ ଦୁଃଖିତ। ସେ ଏଥିପାଇଁ ଯେଉଁ ଯନ୍ତ୍ରଣା ଅନୁଭବ କରୁଛନ୍ତି ତାହା ବର୍ଣ୍ଣନା କରିବା ପାଇଁ ତାଙ୍କ ପାଖରେ କୌଣସି ଶବ୍ଦ ନାହିଁ। ପ୍ରିୟଜନଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ସେମାନଙ୍କ ପରିବାର ବର୍ଗଙ୍କୁ ଗଭୀର ସମବେଦନା ମଧ୍ୟ ଜଣାଇଛନ୍ତି। ଏହି ଅପୂରଣୀୟ କ୍ଷତି ପାଇଁ ମୃତକଙ୍କ  ପରିବାରକୁ ୨୦ ଲକ୍ଷ ଏବଂ ଚିକିତ୍ସାଧୀନ ଆହତମାନଙ୍କୁ ୨ ଲକ୍ଷ ପ୍ରଦାନ କରିବାକୁ ସେ ଘୋଷଣା କରିଛନ୍ତି।

ଏହା ପୂର୍ବରୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ  ମଧ୍ୟ ଏହି ଦଳାଚକଟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧୦ଲକ୍ଷ ଓ ଆହତମାନଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିଲେ। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ଦୁର୍ଘଟଣାର ପ୍ରତ୍ୟେକ ପୀଡିତଙ୍କ ପରିବାରଙ୍କୁ ଜାତୀୟ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୫୦୦୦୦ ଟଙ୍କା ଦିଆଯିବା ନେଇ ଘୋଷଣା କରିଥିଲେ।

 

Comments are closed.