ମୁମ୍ବାଇ: ସୈୟାରା ଫିଲ୍ମ ମାଧ୍ୟମରେ ଆହନ ପାଣ୍ଡେ ବଲିଉଡର ନୂଆ ଚେହେରା ଭାବେ ପ୍ରତିଷ୍ଠିତ କରିପାରିଛନ୍ତି । ମୋହିତ ସୁରୀଙ୍କ ଫିଲ୍ମ ୫୦୦ରୁ ଅଧିକ କୋଟି ଆୟ କରିବା ପରେ ଏବେ ଆହନ ଆଉ ଏକ ବଡ ଫିଲ୍ମ କରିବାକୁ ଯାଉଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସଲମାନ ଖାଁଙ୍କ ପ୍ରିୟ ନିର୍ଦ୍ଦେଶକ ଅଲୀ ଆବାସ ଜାଫରଙ୍କ ଆଗାମୀ ଫିଲ୍ମରେ ଆହନ ଅଭିନୟ କରିବେ । ଆହନ ଓ ଅନୀତା ପଡ୍ଡାଙ୍କୁ ନେଇ ୱାଇଆରଏଫ ବଡ ବାଜି ଲଗାଇଥିଲେ । ବକ୍ସ ଅଫିସରେ ଏହା ଇତିହାସ ସୃଷ୍ଟି କରିଛି । ସୁଲତାନ ଓ ଟାଇଗର ଜିନ୍ଦା ହେ ଫିଲ୍ମ ମାଧ୍ୟମରେ ସଲମାନ ଖାଁଙ୍କ କ୍ୟାରିୟର ସଜାଡିଥିବା ଅଲୀ ଆବାସ ଏବେ ଆହନଙ୍କୁ ନେଇ କେଉଁ ଫିଲ୍ମ କରୁଛନ୍ତି ସେଥିପ୍ରତି ସମସ୍ତଙ୍କ ନଜର ରହିବ ।
ଏବେ ସେ ଆହନଙ୍କୁ ନେଇ ଏକ ଆକ୍ସନ ରୋମାନ୍ସ ଫିଲ୍ମ କରିବେ । ୱାଇଆରଏଫ ଏହାକୁ ପ୍ରଡ୍ୟୁସ କରିବି । ଆଦିତ୍ୟ ଚୋପ୍ରା ମଧ୍ୟ ଆହନ ଓ ଅଲୀ ଆବାସଙ୍କ ସହ ଫିଲ୍ମ କରିବା ନେଇ ସବୁଜ ସଙ୍କେତ ଦେଇଛନ୍ତି । ଫିଲ୍ମର ସ୍କ୍ରିପ୍ଟ ଲକ ହୋଇସାରିଛି । ଏବେ ଏହାର ସଙ୍ଗୀତ କାମ ଆରମ୍ଭ ହୋଇଛି । ୨୦୨୬ ଆରମ୍ଭରେ ଆଦିତ୍ୟ ଫିଲ୍ମକୁ ଫ୍ଲୋରକୁ ନେବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ ଆରମ୍ଭ କରିଛନ୍ତି । ଆଦିତ୍ୟ ଓ ଅଲୀ ଆବାସଙ୍କ ଏହା ୫ମ ଫିଲ୍ମ ହେବ ।
Comments are closed.