ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ। ଉତ୍ତର ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦ କିମି ବେଗରେ ଅଗ୍ରସର ହେଉଛି। ଏହା ପ୍ରଭାବରେ ପ୍ରବଳ ବର୍ଷା ହେବ। ପୁରୀ ଠାରୁ ୩ ଶହ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହେଉଛି ଅବପାତ। ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷୀଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ଗତ ୬ ଘଣ୍ଟାରେ ୧୦ କିମି ବେଗରେ ବଢ଼ୁଛି ଅବପାତ।
ପ୍ରଭାବରେ ଗତକାଲି ଠାରୁ ଟ୍ବିନ୍ ସିଟିରେ ତୁହାକୁ ତୁହା ବର୍ଷା ଲାଗିରହିଛି। ୩ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ଆସନ୍ତାକାଲି ଯାଏଁ ଲାଗି ରହିବ ପ୍ରବଳ ବର୍ଷା । ଆଜି ଦୁଇ ଜିଲ୍ଲା ଜଗତସିଂହପୁର ଓ ପୁରୀକୁ ରେଡ ୱାର୍ଣ୍ଣିଂ। ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
୩ ତାରିଖ ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ବାତ୍ୟା ନେଇ IMDର କୌଣସି ଆକଳନ ଆସିନାହିଁ । କିନ୍ତୁ ବାତ୍ୟାର ପୂର୍ବାନୁମାନ କରିଛି JTWC। ଅବପାତଟି ସାମୁଦ୍ରିକ ଝଡ଼ ବାତ୍ୟାରେ ପରିଣତ ହେବା ପୂର୍ବାନୁମାନ କରିଛି ।
Comments are closed.