ନୂଆଦିଲ୍ଲୀ; ପ୍ରାଇଭେଟ୍ ମଲ୍ଟିନ୍ୟାସନାଲ କମ୍ପାନୀରେ ସଫ୍ଟୱେୟାର ଇଞ୍ଜିନିୟର ପଦରେ ନିଯୁକ୍ତି ପାଇଁ ଇଚ୍ଛୁକ ଯୁବକମାନଙ୍କ ପାଇଁ ଖୁସିର ଖବର। ServiceNow ନାମକ ଏକ କମ୍ପାନୀ ସଫ୍ଟୱେୟାର ଇଞ୍ଜିନିୟର (IC2) ପଦ ପାଇଁ ଆବେଦନ ପ୍ରକ୍ରିୟା ବାହାର କରିଛି। ଏହି ପ୍ରାଇଭେଟ୍ ନିଯୁକ୍ତିରେ ଉଚ୍ଚ ଦରମା ସହିତ ଅନେକ ଅନ୍ୟାନ୍ୟ ସୁବିଧା ମିଳିବ। ଏଥିରେ ଜଏନିଂ ବୋନସ୍, ଫ୍ଲାଇଟ୍ ଟିକେଟ୍, ରିଲୋକେସନ ବୋନସ୍ ଏବଂ ହୋଟେଲରେ ରହଣି ଭଳି ସୁବିଧା ସାମିଲ ରହିଛି। ଏହି ପ୍ରାଇଭେଟ୍ ନିଯୁକ୍ତି ସହ ଜଡ଼ିତ ସମସ୍ତ ବିବରଣୀ https://careers.servicenow.com/jobs/ ରେ ଦେଖିପାରିବେ।
ସଫ୍ଟୱେୟାର ଇଞ୍ଜିନିୟର ପାଇଁ ଏହି ପଦବୀ କମ୍ପାନୀର ହାଇଦ୍ରାବାଦ ଲୋକେସନ ପାଇଁ ରହିଛି। ଏହି ସହର ପାଇଁ ସିନିୟର ସର୍ଭିସନାଉ ଡେଭେଲପର, ଷ୍ଟାଫ ସଲ୍ୟୁସନ ଆର୍କିଟେକ୍ଟ ଏବଂ ସିନିୟର ପ୍ଲାଟଫର୍ମ ଆଡମିନିଷ୍ଟ୍ରେଟର ଭଳି ପଦବୀଗୁଡ଼ିକ ପାଇଁ ମଧ୍ୟ ନିଯୁକ୍ତି ଚାଲିଛି। ସଫ୍ଟୱେୟାର ଇଞ୍ଜିନିୟର ପଦ ପାଇଁ ଆବେଦନକାରୀମାନଙ୍କୁ ୪ଟି ରାଉଣ୍ଡର ଇଣ୍ଟରଭ୍ୟୁ ପାସ୍ କରିବାକୁ ହେବ। ଏହି ଚାରି ରାଉଣ୍ଡରେ ଭିନ୍ନ ଭିନ୍ନ ପ୍ରକାରର ଥିଓରୀ ଓ ପ୍ରାକ୍ଟିକାଲ ପ୍ରଶ୍ନ ପଚରାଯିବ। ମନୋନୀତ ପ୍ରାର୍ଥୀମାନଙ୍କୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ। ଏଥିପାଇଁ ୧ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ବ୍ୟକ୍ତିମାନେ ଆବେଦନ କରିପାରିବେ।
ServiceNow ସଫ୍ଟୱେୟାର ଇଞ୍ଜିନିୟର ଦରମା
ServiceNowରେ ସଫ୍ଟୱେୟାର ଇଞ୍ଜିନିୟର (IC2) ପଦର ଦରମା ୫୦ ଲକ୍ଷ+ CTC (ବାର୍ଷିକ) ବୋଲି କୁହାଯାଉଛି। ଏଥିରେ ବେସ୍ ସାଲାରୀ ପ୍ରାୟ ୨୩ ଲକ୍ଷ ଟଙ୍କା (ପିଏଫ ଓ ଗ୍ରାଚ୍ୟୁଟି ବାଦ୍ ଦେଇ)। ପିଏଫ ଓ ଗ୍ରାଚ୍ୟୁଟି ମିଶାଇ ୧,୫୪,୦୦୦ ଟଙ୍କା ମିଳିବ। ଯଦି ଆପଣ ଅନ୍ୟ ସହରରୁ ହାଇଦ୍ରାବାଦକୁ ସ୍ଥାନାନ୍ତର ହୁଅନ୍ତି, ତେବେ ରିଲୋକେସନ ବୋନସ୍ ଭାବେ ୨୦,୦୦୦ ଟଙ୍କା, ଏୟାର ଟିକେଟ୍ ଏବଂ ୧୫ ଦିନର ହୋଟେଲ ରହଣି ମିଳିବ। ଏହା ବ୍ୟତୀତ, ୨,୩୦,୦୦୦ ଟଙ୍କାର ବୋନସ୍ ମଧ୍ୟ ମିଳିବ (ବେସ୍ ସାଲାରୀର ୧୦%)।
BREAKING NEWS
- ସ୍କୁଲ ବହିରେ ଭୁଲ୍ ପ୍ରସଙ୍ଗ: ସମୀକ୍ଷା ବୈଠକରେ ସିଧାସଳଖ ତ୍ରୁଟିପୂର୍ଣ୍ଣ ପୁସ୍ତକ ମାଗି ଦେଖିଲେ ମୁଖ୍ୟମନ୍ତ୍ରୀ, କାର୍ଯ୍ୟାନୁଷ୍ଠାନ ପାଇଁ ବଡ଼ ସଙ୍କେତ
- ଚାମେଲି ଓଝା ବିବାଦ; ହାଇକୋର୍ଟରେ ଦାୟର ହେଲା ମାମଲା, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ
- ସ୍କୁଲ ବହିରେ ଭୁଲକୁ ନେଇ ତେଜିଲା ରାଜନୀତି: ‘ଗେରୁଆ ନୀତି’କୁ ନେଇ ବିଜେଡିର ହମଲା, ଅତୀତ ମନେପକାଇ ବିଜେପିର ପାଲଟା ଆକ୍ରମଣ
- Indo Pacific Command: କମାଣ୍ଡରୁ ‘ଇଣ୍ଡୋ’ ହଟାଇଲା ଆମେରିକା, ପିଓକେକୁ ପାକିସ୍ତାନର ଅଂଶ ଦେଖାଇ ବିବାଦରେ ଯୁକ୍ତରାଷ୍ଟ୍ର…
- Medical Negligence Alleged: ମହିଳାଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା;ଡାକ୍ତରଙ୍କୁ କଲେ ଆକ୍ରମଣ
- ଏମବିବିଏସ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ଘନେଇଲା ରହସ୍ୟ, ଓଏଏସ ପ୍ରେମିକ ଗିରଫ ପରେ ଏବେ ଡିଜିଟାଲ ପ୍ରମାଣ ଖୋଜୁଛି ପୋଲିସ
- ମହାରାଷ୍ଟ୍ର ରାଜନୀତିରେ ‘ଅପରେସନ୍ ଟାଇଗର’ ଚର୍ଚ୍ଚା ! ଉଦ୍ଧବଙ୍କ ବଡ଼ ସନ୍ଦେଶ
- ବଦଳି ପାଇଁ ବଡ଼ ଜାଲିଆତି: ବିଧାନସଭା ଉପବାଚସ୍ପତିଙ୍କ ନକଲି ପ୍ୟାଡ୍ ଓ ଦସ୍ତଖତ ବ୍ୟବହାର କରି ସରକାରୀ ଯନ୍ତ୍ରୀ ଅଟକ
- ସ୍କୁଲ ବହିରେ ଭୁଲ୍ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
- ଶୀତଳଷଷ୍ଠୀ ପାଇଁ ୨୦ରେ ସମ୍ୱଲପୁରରେ ସରକାରୀ ଛୁଟି

Comments are closed.