Latest Odisha News

ବିଳମ୍ବିତ ରାତି ଯାଏଁ ଚେଇଁ ରହୁଥିଲେ ହୋଇ ଯାଆନ୍ତୁ ସାବଧାନ !

ଭୁବନେଶ୍ୱର: ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ୮ ଘଣ୍ଟା ଶୋଇବା ଆବଶ୍ୟକ । କିନ୍ତୁ ଆଜିର ବ୍ୟସ୍ତବହୁଳ ତଥା ଅନିୟମିତ ଜୀବନଶୈଳୀ ଯୋଗୁଁ ଆମେ ସମୟରେ ଖାଇବା ଓ ଶୋଇବା ଏକ ପ୍ରକାର ଭୁଲି ଗଲେଣି । ଯାହା ନାନାଦି ରୋଗର ମୂଳ କାରଣ ସାଜୁଛି।

ଅନେକ ଲୋକ ବିଳମ୍ବିତ ରାତିରେ ଶୋଉଥିବାର ଦେଖିବାକୁ ମିଳୁଛୁ ।

ଏକ ଗବେଷଣାରୁ ଜଣାପଡିଛି ଯେ, ଯେଉଁମାନେ ବିଳମ୍ବିତ ରାତିରେ ଶୋଉଛନ୍ତି , ସେମାନଙ୍କଠାରେ ଅନ୍ୟମାନଙ୍କ ଅପେକ୍ଷା ମାନସିକ ଅବସାଦର ଆଶଙ୍କା ଅଧିକ ହୋଇଥାଏ।

ସକାଳୁ ଉଠୁଥିବା ଲୋକଙ୍କଠାରେ ମାନସିକ ଅବସାଦ ବା ଡିପ୍ରେସନ୍ ହେବାର ଆଶଙ୍କା କମ୍ ଥାଏ , ଯେଉଁମାନେ ଅନିୟମିତ ଶୈଳୀରେ ଶୟନ କରୁଛନ୍ତି, ସେମାନଙ୍କଠାରେ ବି ମାନସିକ ଅବସାଦର ଆଶଙ୍କା ଯଥେଷ୍ଟ ଅଧିକ ରହୁଛି ।

ପାଖାପାଖି ୩୨ ହଜାର ମହିଳାମାନଙ୍କୁ ଏକ ଗବେଷଣାରେ ସାମିଲ୍ କରାଯାଇଥିଲା। ଏମାନଙ୍କ ମଧ୍ୟରୁ କେତେକ ଠିକ୍ ସମୟରେ ଶୋଉନଥିବା ମହିଳା ଓ କେତେକ ବଡ଼ିଭୋରରୁ ଉଠୁଥିବା ମହିଳା ଥିଲେ।

ଏମାନଙ୍କୁ ୨୪ ଘଣ୍ଟା ଯାଏଁ ପରୀକ୍ଷଣ ଭିତରେ ରଖାଯାଇ ଗବେଷଣା କରାଯାଇଥିଲା। ଅବଶେଷରେ ଜଣାପଡିଥିଲା ଯେ, ଯେଉଁମାନେ ବଡିଭୋରରୁ ଉଠନ୍ତି ସେମାନଙ୍କ ମାନସିକ ଅବସାଦ ଡେରିରେ ଉଠୁଥିବା ମହିଳାଙ୍କ ଠାରୁ ଯଥେଷ୍ଟ କମ୍ ରହିଛି ।

Leave A Reply

Your email address will not be published.