ଭୁବନେଶ୍ଵର: ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ଦ୍ୱାରା ପରିଚାଳିତ ଏସଆଇ ନିଯୁକ୍ତି ପରୀକ୍ଷା ଘୋଟାଲା ମାମଲାରେ ଆଉ ଜଣେ ଗିରଫ । ପୂର୍ବରୁ ଏହି ମାମଲାରେ ୧୧୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ, ଏବେ ପୁଣି ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ୍ ।
ଗିରଫ ଅଭିଯୁକ୍ତ ଜଣକ ହେଉଛି କଟକ ବାରଙ୍ଗ ଥାନା ବିଦ୍ୟାଧରପୁର ଗାଁର ବିଶ୍ୱରଞ୍ଜନ ବେହେରା (୨୯) । ଚାକିରି ଦେବା ଠକେଇ ରାକେଟରେ ସମ୍ପୃକ୍ତି ଅଭିଯୋଗରେ ବିଶ୍ବରଞ୍ଜନକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି ।
କ୍ରାଇମବ୍ରାଞ୍ଚ ସୂଚନା ଅନୁସାରେ, ବିଶ୍ଵରଞ୍ଜନ ସିଣ୍ଡିକେଟ୍ ମୁଖ୍ୟଙ୍କ ନିର୍ଦ୍ଦେଶରେ ଆଶାୟୀଙ୍କ ସହ ଯୋଗାଯୋଗ କରୁଥିଲା । ଆଶାୟୀଙ୍କଠାରୁ ଅରିଜିନାଲ ସାର୍ଟିଫିକେଟ୍ ଏବଂ ବ୍ଲାଙ୍କ ଚେକ୍ ମଧ୍ୟ ନେଉଥିଲା। ପ୍ରଶ୍ନପତ୍ର ଯୋଗାଇବ କହି ଆଶାୟୀଙ୍କଠାରୁ ଡକ୍ୟୁମେଣ୍ଟ ନେଇ ସିଣ୍ଡିକେଟ୍ ମୁଖ୍ୟଙ୍କୁ ଦେଉଥିଲା । ବିଶ୍ୱରଞ୍ଜନ ବେହେରାଙ୍କ ବିରୁଦ୍ଧରେ ମିଳିଥିବା ପ୍ରମାଣକୁ ଆଧାର କରି ଶନିବାର ଗିରଫ କରାଯାଇ ବ୍ରହ୍ମପୁର ଜେଏମଏଫସି କୋର୍ଟକୁ ଚାଲାଣ କରାଯାଇଛି ।
Comments are closed.