Latest Odisha News

BREAKING NEWS

ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ

ଭୁବନେଶ୍ବର: ପୁଣି ଭୁବନେଶ୍ବର ବିମାନବନ୍ଦରରୁ ମାରିଜୁଆନ ଜବତ ହୋଇଛି । ଲଗେଜ ବ୍ୟାଗ୍‌ରୁ ଚେକିଂ ବେଳେ ୩.୨ କିଲୋ ମାରିଜୁଆନା ମିଳିଛି । ଯାହାର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି । ଏହି ମାମଲାରେ କଷ୍ଟମ ବିଭାଗ ଭୁବନେଶ୍ୱର ବିମାନବନ୍ଦରରୁ ଜଣକୁ ଉଠାଇ ନେଇ ପଚରା ଉଚରା ଜାରି ରଖିଛି ।

ତେବେ ଖଖାଲି ଆଜି ବୋଲି ନୁହଁ ଏମିତି ଅନେକ ସମୟରେ ଭୁବନେଶ୍ବର ବିମାନବନ୍ଦରରୁ ମାରିଜୁଆନା ଜବତ ହେଉଛି । ଅଗଷ୍ଟ ମାସରେ ପ୍ରାୟ ୮ କୋଟି ଟଙ୍କାର ମାରିଜୁଆନା ଜବତ ହୋଇଥିଲା । ଥାଇଲାଣ୍ଡରୁ ଇଣ୍ଡିଗୋ ବିମାନରେ ଆସୁଥିବା ବେଳେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଏହାକୁ ଜବତ କରିଥିଲା । ଘଟଣାରେ ଗୁଜୁରାତ ଅହମଦାବାଦର ଜଣେ ଯୁବକଙ୍କୁ ଅଟକ ରଖାଯାଇଥିଲା ।

ସେହିପରି ଗତ ଅଗଷ୍ଟ ୨୩ ତାରିଖରେ ଭୁବନେଶ୍ବର ବିମାନବନ୍ଦରରୁ କଷ୍ଟମ୍‌ ଅଧିକାରୀମାନେ ୪ ‌କୋଟି ଟଙ୍କାର ନିଷିଦ୍ଧ ଡ୍ରଗ୍ସ ମାରିଜୁଆନା ଜବତ କରିଥିଲେ । ଏହା ବ୍ୟାଙ୍କକରୁ ଭୁବନେଶ୍ବର ଆସିଥିବା ପ୍ରେମୀଯୁଗଳଙ୍କଠାରୁ ଏହା ଜବତ ହୋଇଥିଲା । ସେହିପରି ଗତ ଜୁଲାଇ ୩୦ ତାରିଖରେ ଭୁବନେଶ୍ବର ବିମାନବନ୍ଦରରୁ ୩୦ କେଜି ମାରିଜୁଆନା ଜବତ କରାଯାଇଥିବାବେଳେ ଉତ୍ତରପ୍ରଦେଶର ୩ ଜଣ ଯୁବକ ଗିରଫ ହୋଇଥିଲେ ।

Comments are closed.