Latest Odisha News

BREAKING NEWS

ଏମଏଫ ହୁସୈନ ବଲିଉଡ ଅଭିନେତ୍ରୀ ମାଧୂରୀ ଦୀକ୍ଷିତଙ୍କ ପ୍ରଶଂସକ ନ ଥିଲେ, ପୁତୁରା ଖୋଲିଲେ ଗୁମର

ନୂଆଦିଲ୍ଲୀ: ପ୍ରସିଦ୍ଧ ଚିତ୍ରକାର ମକବୁଲ ଫିଦା ହୁସୈନ ବଲିଉଡ ଅଭିନେତ୍ରୀ ମାଧୂରୀ ଦୀକ୍ଷିତଙ୍କ ବଡ ପ୍ରଶଂସକଭାବେ ନିଜକୁ ଉପସ୍ଥାପିତ କରିଥିଲେ । ସେ ମାଧୂରୀ ଫିଲ୍ମ ବାରମ୍ବାର ଦେଖିବା ସହ ତାଙ୍କୁ ନେଇ ଗଜଗାମିନୀ ଫିଲ୍ମ ମଧ୍ୟ କରିଥିଲେ । ତେବେ ହୁସୈନଙ୍କ ପୁତୁରା ଫିଦା ହୁସୈନ କହିଛନ୍ତି ଯେ, ସେ ମାଧୂରୀଙ୍କ ପ୍ରଶଂସକ ନ ଥିଲେ । ସେ ସମୟରେ ନିଜ ପେଂଟିଂକୁ ଘରେ ଘରେ ପଂହଚାଇବା ପାଇଁ ମାଧୂରୀଙ୍କ ନାମ ନିଜ କଳାର ପ୍ରଚାର ଓ ପ୍ରସାର ପାଇଁ ବ୍ୟବହାର କରିଥିଲେ । କତାରର ରାଜଧାନୀ ଦୋହାରେ ହୁସୈନଙ୍କ ଭବ୍ୟ ମ୍ୟୁଜିୟମ ଖୋଲା ଯାଇଥିଲା । ୧୯୫୦ରୁ ୨୦୧୧ ପର୍ଯ୍ୟନ୍ତ ତାଙ୍କ କଳାକୃତିକୁ ଏଥିରେ ସ୍ଥାନୀତ କରାଯିବ ।

ମ୍ୟୁଜିୟମର କଳ୍ପନା ଓ ଡିଜାଇନିଂ ସମୟରେ ହୁସୈନ ସାମିଲ ଥିଲେ । ଏମଏଫ ହୁସୈନଙ୍କୁ ବିବାଦ କେବେ ହେଲେ ଛାଡି ନ ଥିଲା । ତାଙ୍କ ବିରୋଧରେ ୧୨୦୦ ମୋକଦ୍ଦମା ରୁଜୁ ହୋଇଥିଲା । ହତ୍ୟା ଧମକ ମଧ୍ୟ ମିଳିଥିଲା ବୋଲି ହୁସୈନ କହିଛନ୍ତି । ଶେଷରେ ୨୦୦୬ରେ ସେ ଭାରତ ଛାଡି ଯିବାକୁ ବାଧ୍ୟ ହୋଇଥିଲେ । ଜୀବନର ଶେଷ ସମୟ ସେ କାତାରର ନାଗରିକତା ଗ୍ରହଣ କରିବା ବେଳେ କାନ୍ଦି ପକାଇଥିଲେ । ହୁସୈନଙ୍କ ଏକ କଳାକୃତି ୧୧୮ କୋଟି ଟଙ୍କାରେ ବିକ୍ରି ହୋଇଥିଲା । ଭାରତୀୟ ଦେବ, ଦେବୀଙ୍କୁ ବିକୃତ କରିଥିବାରୁ ସେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି ।

Comments are closed.