ଭୁବନେଶ୍ୱର: ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଦୁର୍ଗାମେଢ଼କୁ ୩ ଗୋଟି ବର୍ଗରେ ବିଭକ୍ତ କରାଯାଇ ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ ବୋଲି ସୂଚନା ରହିଛି ।
ସେଗୁଡିକ ହେଲା, ‘କ’ ବର୍ଗ – ଐତିହ୍ୟ ସମ୍ପନ୍ନ ଦୁର୍ଗାମେଢ଼ – ଏହି ବର୍ଗରେ ୨୧୫ଟି ମେଢ଼କୁ ୨ କୋଟି ୧୭ଲକ୍ଷ ୧୫ ହଜାର ଟଙ୍କା ପ୍ରଦାନ କରାଯିବ । (ପ୍ରତ୍ୟେକ ଐତିହ୍ୟ ସମ୍ପନ୍ନ ମେଢ଼କୁ ୧ ଲକ୍ଷ ୧ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ। )
‘ଖ’ ବର୍ଗ – ୭୫ ବର୍ଷ ପୁରୁଣା ଦୁର୍ଗାମେଢ଼ – ଏହି ବର୍ଗରେ ୧୯୭ଟି ମେଢ଼କୁ ୧ କୋଟି ୪୭ ଲକ୍ଷ ୭୫ ହଜାର ଟଙ୍କା ପ୍ରଦାନ କରାଯିବ । (ଏହି ବର୍ଗରେ ପ୍ରତ୍ୟେକ ମେଢ଼କୁ ୭୫ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ)
‘ଗ’ ବର୍ଗ : ୫୦ ବର୍ଷ ପୁରୁଣା ଦୁର୍ଗାମେଢ଼ – ଏହି ବର୍ଗରେ ୬୭୩ଟି ମେଢ଼କୁ ୩ କୋଟି ୩୬ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯିବ। (ଏହି ବର୍ଗରେ ପ୍ରତ୍ୟେକ ମେଢ଼କୁ ୫୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ।)
ରାଜ୍ୟର ସମୁଦାୟ ୧ ହଜାର ୮୫ଟି ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି ।
Comments are closed.