Latest Odisha News

BREAKING NEWS

ପୋଲିସ କବଜାରେ ଆନ୍ତଃରାଜ୍ୟ କଫ ସିରଫ ରାକେଟ୍; ୧୫୦୦ ବୋତଲ ଜବତ

ବରଗଡ଼: ବରଗଡ଼ ପୋଲିସ ଅପରାଧ ନିୟନ୍ତ୍ରଣ ପାଇଁ ଚଢ଼ାଉ କରୁଛି । ସୋମବାର ବିଭିନ୍ନ ସ୍ଥାନରେ ହୋଇଥିବା ଚଢ଼ାଉରୁ ୧୫୦୦ କଫ ସିରଫ ଜବତ କରିବା ସହ ୫ ଦେଶୀ ବନ୍ଧୁକ, ୨୦ଟି ଜୀବନ୍ତ ଗୁଳି, ୩ ଟି ଅଫୁଟା ଗୁଳି,୧୬ଟି ମୋବାଇଲ ,୫ ଚାରିଚକିଆ ଯାନ ସହ ନଗଦ ୫୭ ହଜାର ୨୦୦ ଟଙ୍କା ଜବତ କରିଛି ପୋଲିସ।

ଏଥିସହ ସହ ୧୫ ଅଭିଯୁକ୍ତଙ୍କୁ ଗିରଫ କରଯାଇଛି।ଗିରଫଙ୍କ ମଧ୍ୟରୁ ୩ ଜଣ ଛତିଶଗଡ଼ର ରହିଛନ୍ତି । ବରଗଡ଼ ଜିଲ୍ଲାର ୮ ଜଣ, କଟକର, ବଲାଙ୍ଗିର, ଭଦ୍ରକ ଏବଂ ଜଗତସିଂହପୁରର ଜଣେ ଲେଖାଏଁ ଅଭିଯୁକ୍ତ ରହିଛନ୍ତି। ଏହି ଅଭିଯୁକ୍ତମାନେ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ପଡ଼ୋଶୀ ଛତିଶଗଡ଼କୁ ମଧ୍ୟ କଫ ସିରଫ ଚୋରା ଚାଲାଣ କରି ଆସୁଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଆଗକୁ ମଧ୍ୟ ଏପରି ଚଢ଼ାଉ ଜାରି ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରଗଡ଼ ଏସପି ।

Comments are closed.