Latest Odisha News

BREAKING NEWS

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ମୁହଁ ଖୋଲିଲେ ରୋହିତ

ମୁମ୍ବାଇ:ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ରୋହିତ ଶର୍ମାଙ୍କ ସ୍ଥାନରେ ଗିଲଙ୍କୁ ନୂତନ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ଭାରତ ଏଠାରେ ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳିବ । ଅଧିନାୟକ ପଦ ଯିବା ପରେ ରୋହିତ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି । ସେ ତାଙ୍କ ଅଧିନାୟକ ପଦ ଯିବାନେଇ କୌଣସି ବୟାନ ଦେଇ ନ ଥିଲେ । ମୋତେ ଅଷ୍ଟ୍ରେଲିଆରେ ଖେଳିବାକୁ ଭଲ ଲାଗେ । ସେଠାକାର ଲୋକେ କ୍ରିକେଟକୁ ବେଶ ପସନ୍ଦ କରନ୍ତି । ଜଣେ ଖେଳାଳିଙ୍କୁ ଅଷ୍ଟ୍ରେଲିଆରେ ଭଲ ପ୍ରଦର୍ଶନ କରିବା ମଜା ଆସିଥାଏ । ତାଙ୍କର ଏହି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଚୟନ କମିଟି ମୂଖ୍ୟ ଅଜିତ ଅଗରକର କିଛି ଦିନ ତଳେ ସ୍ପଷ୍ଟ କରିଥିଲେ ରୋହିତ ଶର୍ମା ଓ ବିରାଟ କୋହଲି ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା ସମ୍ପର୍କରେ କୌଣସି ନିଷ୍ପତି ନିଆଯାଇ ନାହିଁ । ଏବେ ଆମ ଆଗାମୀ ଟି୨୦ ବିଶ୍ୱକପ ଉପରେ ନଜର ରଖିଛୁ । ଅଷ୍ଟ୍ରେଲିଆ ବିପକ୍ଷ ଦିିନିକିଆ ସିରିଜ ଅକ୍ଟୋବର ୧୯ରୁ ଆରମ୍ଭ ହେବ । କେତେକ ରିପୋର୍ଟ ଅନୁସାରେ ଏହି ଦୁଇ ଖେଳାଳିଙ୍କ ଏହା ଶେଷ ଆନ୍ତର୍ଜାତୀୟ ସିରିଜ ହୋଇପାରେ । ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ୪୬ ଦିିନିକିଆ ମ୍ୟାଚ ଖେଳିଛନ୍ତି । ସେ ୮ ଶତକ ଓ ୯ ଅର୍ଦ୍ଧଶତକ ସହ ୨୪୦୭ ରନ ସଂଗ୍ରହ କରିଛନ୍ତି ।

Comments are closed.