ମୁମ୍ବାଇ: ପ୍ରତିଷ୍ଠିତ ମ୍ୟୁଜିକ ଡାଇରେକ୍ଟର ଇସମାଇଲ ଦରବାର ଏବେ ସଲମାନ ଖାଁ ଓ ଐଶ୍ଚର୍ଯ୍ୟା ରାୟଙ୍କ ସମ୍ପର୍କକୁ ନେଇ ବଡ ଖୁଲାସା କରିଛନ୍ତି । ଏକ ସାକ୍ଷାତକାରେ ଯେତେବେଳେ ତାଙ୍କୁ ପଚରାଗଲା ସଲମାନ ଦେବଦାସ ନ କରିବା ପଛରେ ମୂଖ୍ୟ କାରଣ ଐଶ୍ଚର୍ଯ୍ୟା ରାୟ ଥିଲେ କି ? ସେ କହିଥିଲେ ମୁଁ ମଧ୍ୟ ଏହି ଖବର ବିଭିନ୍ନ ସ୍ଥାନରେ ପଡିଛି । ମୋତେ ମଧ୍ୟ ଏହି ଖବର ନେଇ ବିଶ୍ୱାସ ନ ଥିଲା । ସେମାନେ ଭଲ ବନ୍ଧୁଥିଲେ । ପରସ୍ପରକୁ ଭଲ ମଧ୍ୟ ପାଉଥିଲେ । ଏବେ ଏହି ଘଟଣା ପୁରୁଣା ହୋଇଗଲାଣି, ଏହାକୁ ମନେ ପକାଇବା ବୁଦ୍ଧିମାନର କାମ ହେବନି । ଐଶ୍ଚର୍ଯ୍ୟା ଏବେ ଅନ୍ୟ ଜଣଙ୍କ ପତ୍ନୀ । ସଲମାନ ମଧ୍ୟ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ସବୁଠାରେ ଆଲୋଚନା କରନ୍ତି ନାହିଁ ।
ଏହି ଅବସରରେ ସେ ସଞ୍ଜୟ ଲୀଲା ଭନ୍ସାଲୀ ତାଙ୍କ ଗଡଫାଦର ବୋଲି ଇସମାଇଲ କହିଥିଲେ । ତାଙ୍କର ହମ ଦିଲ ଦେ ଚୁକେ ସନମ ମୋତେ ପ୍ରତିଷ୍ଠିତ କରାଇଥିଲା । ଏହା ପରେ ଆମେ ଦେବଦାସ ଭଳି ଫିଲ୍ମ କରିଥିଲୁ । ପରେ ସଞ୍ଜୟ ଅହଙ୍କାରୀ ହୋଇଗଲେ । ଏବେ ସେ ମୋତେ ୧୦୦ କୋଟି ଦେଲେ ବି ଫିଲ୍ମ କରିବି ନାହିଁ ବୋଲି ସେ କହିଛନ୍ତି । ଖାମୋଶୀ ଫିଲ୍ମ ଫ୍ଲପ ହେବା ପରେ ସଲମାନ ତାଙ୍କୁ ଅନେକ ପ୍ରକାର ସହଯୋଗ କରିଥିଲେ । ସଞ୍ଜୟ କିନ୍ତୁ ଶାହାରୁଖ ଖାଁଙ୍କୁ ନେଇ ଦେବଦାସ କରିଥିଲେ । ଏହା ପରେ ସଲମାନ ଓ ସଞ୍ଜୟଙ୍କ ସମ୍ପର୍କ ବିଗିଡି ଯାଇଥିଲା ।
Comments are closed.