Latest Odisha News

ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ

ଭୁବନେଶ୍ୱର: ଚନ୍ଦକା ଅଞ୍ଚଳରେ ଘଟିଥିବା ନାବାଳିକାଙ୍କୁ ବଳାତ୍କାର ମାମଲାରେ ମାସେ ଭିତରେ ରାୟ ଶୁଣାଇଲେ ରାଜଧାନୀ ଭୁବନେଶ୍ୱରର ଏକ ପୋକ୍ସୋ ଅଦାଲତ । ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତ ମୁନା ବେହେରାକୁ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ ।

ଅଦାଲତ ବିଏନଏସର ଧାରା ୬୫(୧) ଓ ପୋକ୍ସୋ ଆଇନର ଧାରା ୬ ଅନୁସାରେ ମୁନାଙ୍କୁ ଦୋଷୀ ସାବ୍ୟସ୍ତ କରିଛଛନ୍ତି । ୮ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସର ପ୍ରମାଣ ଆଧାରରେ ରାୟ ଦିଆଯାଇଛି । ଏହା ସହ ୫୦ ହଜାର ଟଙ୍କାର ଜରିମାନା ଆଦାୟ କରିଛନ୍ତି । ଅଦାଲତ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଖବର ମୁତାବକ, ସେପ୍ଟେମ୍ବର ୨ରେ ଚନ୍ଦକା ଅଞ୍ଚଳରେ ଖୁଦୁରୁକୁଣି ପୂଜା ପାଇଁ ଯାଉଥିବା ୧୩ ବର୍ଷୀୟା ନାବାଳିକାଙ୍କୁ ଅଭିଯୁକ୍ତ ମୁନା ବେହେରା ଜୋର ଜବକରଦସ୍ତ ଏକ ନିଛାଟିଆ ସ୍ଥାନକୁ ନେଇ ବଳାତ୍କାର କରିଥିଲା । ଏହା ପରେ ପୀଡିତା ଜଣକ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଅଭିଯୋଗକୁ ଭିତ୍ତି କରି ମୁନା ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Comments are closed.