Latest Odisha News

ମାସିକ ଋତୁସ୍ରାବ ଛୁଟି ନୀତି-୨୦୨୫କୁ କର୍ଣ୍ଣାଟକ ସରକାରଙ୍କ ମଞ୍ଜୁରୀ, ଘରୋଇ କ୍ଷେତ୍ରରେ….

ବେଙ୍ଗାଲୁରୁ: ଘରୋଇ କ୍ଷେତ୍ରରେ କାମ କରୁଥିବା ମହିଳାମାନେ ମଧ୍ୟ ଏବେ ଋତୁସ୍ରାବ ଛୁଟି ଦରମା ସହିତ ପାଇବେ । ଏନେଇ ଗୁରୁବାର କର୍ଣ୍ଣାଟକ ସରକାର ମାସିକ ଋତୁସ୍ରାବ ଛୁଟି ନୀତି-୨୦୨୫କୁ ଅନୁମୋଦନ କରିଛନ୍ତି । ଏହା ପୂର୍ବରୁ ବିହାର, କେରଳ, ଓଡ଼ିଶା ମାସିକ ଋତୁସ୍ରାବ ଛୁଟି ଘୋଷଣା କରିସାରିଛନ୍ତି ।

ମାସିକ ଋତୁସ୍ରାବ ଛୁଟି ନୀତି-୨୦୨୫ ଅଧୀନରେ, ସରକାରୀ କାର୍ଯ୍ୟାଳୟ, ଘରୋଇ କମ୍ପାନୀ ଏବଂ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ମହିଳା କର୍ମଚାରୀମାନେ ପ୍ରତି ମାସରେ ଗୋଟିଏ ଦିନ ଦରମା ଋତୁସ୍ରାବ ଛୁଟି ପାଇବେ, ଯାହାକି ବର୍ଷରେ ମୋଟ ୧୨ ଦିନ ହେବ ।

ଦେଶର ପ୍ରଥମ ରାଜ୍ୟଭାବେ ବିହାର ୧୯୯୨ ମସିହାରେ ଏପରି ନୀତି ଘୋଷଣା କରିଥିଲା । ଏହାର ବହୁ ବର୍ଷ ପରେ କେରଳ ୨୦୨୩ରେ ୨ୟ ରାଜ୍ୟଭାବେ ଏପରି ନୀତି ଘୋଷଣା କରିଥିଲା । ଏହାପରକୁ ତୃତୀୟରେ ରହିଛି ଓଡିଶା । ଓଡ଼ିଶାରେ ବିଜେପି ସରକାର ଆସିବା ପରେ ୨୦୨୪ରେ ଏପରି ନୀତି ଘୋଷଣା କରିଥିଲେ । କିନ୍ତୁ ଘରୋଇ କ୍ଷେତ୍ରରେ ଏହି ନୀତିକୁ ଲାଗୁ କରିବାରେ କର୍ଣ୍ଣାଟକ ଦେଶର ପ୍ରଥମ ରାଜ୍ୟ ଭାବେ ପରିଗଣିତ ହୋଇଛି ।

Comments are closed.