Latest Odisha News

BREAKING NEWS

ଆଇପିଏଲ: ମିନି ନିଲାମରେ ଚେନ୍ନାଇ ରିଲିଜ କରିବ ୫ଜଣ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲର ମିନି ନିଲାମ ଖୁବଶୀଘ୍ର ଆୟୋଜିତ ହେବ । ଏହା କେବେ ହେବ ଘୋଷଣା କରାଯାଇ ନ ଥିଲେ ମଧ୍ୟ ବିଭିନ୍ନ ଟିମକୁ ନେଇ କଳ୍ପନା ଜଳ୍ପନା ଓ ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି । ଯେତେଦୂର ସମ୍ଭବ ମିନି ନିଲାମ ୧୩ରୁ ୧୫ ଡିସେମ୍ବର ମଧ୍ୟରେ ହୋଇପାରେ । ଏହା ପୂର୍ବରୁ ନଭେମ୍ବର ୧୫ ସୁଦ୍ଧା ଫ୍ରାଂଚାଇଜମାନଙ୍କୁ ରିଟେନ କରାଯାଇଥିବା ଖେଳାଳିମାନଙ୍କ ନାମ ଦେବାକୁ ପଡିବ । ରିପୋର୍ଟ ମୁତାବକ ଚେନ୍ନାଇ ସୁପର କିଙ୍ଗସ ଦଳରେ ବଡ ଧରଣର ଅଦଳ ବଦଳ କରିପାରେ । ଦୀପକ ହୁଡ୍ଡା, ବିଜୟ ଶଙ୍କର, ରାହୁଲ ତ୍ରିପାଠୀ, ସ୍ୟାମ କରନ ଓ ଡେଭନ କନୱେଙ୍କୁ ଦଳ ରିଲିଜ କରିବ ବୋଲି ଏକପ୍ରକାର ସ୍ଥିର କରିଛି ।

ରବିଚନ୍ଦ୍ରନ ଅଶ୍ୱୀନ ଆଇପିଏଲରୁ ଅବସର ନେବା ପରେ ଏବେ ଚେନ୍ନାଇ ପର୍ସରେ ୯.୭୫ କୋଟି ଟଙ୍କା ପଡି ରହିଛି । ଦଳ ମିନି ନିଲାମରେ ଏହାକୁ ବ୍ୟବହାର କରିବ । ୨୦୨୫ ଆଇପିଏଲରେ ଚେନ୍ନାଇର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ୧୪ ମ୍ୟାଚରୁ ଦଳ ୪ଟି ମ୍ୟାଚରେ ବିଜୟ ହାସଲ କରି ୮ ପଂଏଟ ପାଇଥିଲା । ୨୦୨୩ରେ ଚେନ୍ନାଇ ଶେଷ ଥର ଆଇପିଏଲ ଟାଇଟଲ ହାସଲ କରିଥିଲା ।

Comments are closed.