Latest Odisha News

BREAKING NEWS

ଓଟିଟି ୱାର୍ଲ୍ଡରେ ହ୍ରିତିକ ରୋଶନଙ୍କ ଏଂଟ୍ରି

ମୁମ୍ବାଇ: ହ୍ରିତିକ ରୋଶନ ଓ ତାଙ୍କ କମ୍ପାନୀ ଏଚଆରଏକ୍ସ ଫିଲ୍ମସ ଓଟିଟି ୱାର୍ଲ୍ଡରେ ଏଂଟ୍ରି କରିଛନ୍ତି । ପ୍ରାଇମ ଭିଡିଓରେ ଷ୍ଟର୍ମ ନାମକ ଏହି ସିରିଜକୁ ଅଜିତ ପାଲ ସିଂ ନିର୍ଦ୍ଦେଶନା ଦେବେ । ଅଜିତ ପାଲ ସିଂ, ଫ୍ରାସ୍ୱା ଲୁନେନା ଓ ସ୍ୱାତୀ ଦାସ ଏହାର କାହାଣୀ ଲେଖିଛି । ଏହାକୁ ହ୍ରିତିକ ରୋଶନ ଓ ଈଶାନ ରୋଶନ ପ୍ରଡକ୍ସନ ପ୍ରଡ୍ୟୁସ କରୁଛନ୍ତି । ପାର୍ବତୀ ଥିରୁୱେଥୁ, ଆଲାୟା ଏଫ, ସୃଷ୍ଟି ଶ୍ରୀବାସ୍ତବ, ରମା ଶର୍ମା ଓ ସବା ଆଜାଦ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ଏହି ଥ୍ରୀଲର ସିରିଜ ଆଗାମୀ ଦିନରେ ଦର୍ଶକଙ୍କୁ ବେଶ ରୋମାଂଚ ଯୋଗାଇବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି ।

ଚମତ୍କାର କାହାଣୀ ଓ ଉକୃଷ୍ଟ ଅଭିନୟ ଦର୍ଶକଙ୍କ ପାଖରେ ପଂହଚାଇବା ପାଇଁ ଆମେ ଏହି ଉଦ୍ୟମ କରିଛୁ ବୋଲି ହ୍ରିତିକ କହିଛନ୍ତି । ଏହି ସିରିଜ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଆଦୃତ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ହ୍ରିତିକ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରତିଭାବାନ ଓ ରଚନାତ୍ମକ ଅଭିନେତାଙ୍କ ମଧ୍ୟରେ ଗଣତି ହୁଅନ୍ତି । ତାଙ୍କ ସହ କାମ କରିବା ନିଶ୍ଚିତ ଭାବେ ଆମ ପାଇଁ ନୂଆ ଅନୁଭୂତି ଆଣିବ ବୋଲି ପ୍ରାଇମ ଭିଡିଓର ଉପ ସଭାପତି, ଏପିଏସି ଓ ଗୌରବ ଗାନ୍ଧୀ କହିଛନ୍ତି ।

Comments are closed.