ଭୁବନେଶ୍ୱର: ରାଜଧାନୀର ଇନଫୋଭାଲି ଦେଉଳିଆ ପାଟଣା ଆଶ୍ରମ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ । ଦେଉଳିଆପାଟଣା ଭାଇ ଭାଇ ଆଶ୍ରମ ବାବା ଅଜୟ ସାମନ୍ତରାୟକୁ ଗିରଫ କଲା କମିଶନରେଟ୍ ପୋଲିସ । ଏହା ସହ ଗୁଳିମାଡ଼ କରିଥିବା ଦୁଇ ଅଭିଯୁକ୍ତ ମୁକ୍ତି ଦାସ ଓ ସୁରଜ୍ ରାଉତକୁ ଭଦ୍ରକରୁ ଗିରଫ କରିଛି ପୋଲିସ ।
ଗୁଳିମାଡ଼ର ତଦନ୍ତ କରିବା ସମୟରେ ଘଟଣାର ପର୍ଦ୍ଦାଫାସ କରି ଏଭଳି କେଳେଙ୍କାରୀର ଖୁଲାସା କରିଛି ପୋଲିସ । ଖବର ମୁତାବକ, ୨୦୨୨ମସିହାରେ ଜଣେ ନାବାଳିକା ମାଟ୍ରିକ ପରୀକ୍ଷାରେ ଭଲ ରେଜଲ୍ଟ ପାଇଁ ଆଶ୍ରମକୁ ଆସିଥିଲେ । ଏହା ପରଠାରୁ ପୂଜା ପାଠ ଆଳରେ ଭାଇ ଭାଇ ଆଶ୍ରମ ବାବା ଅଜୟ ସାମନ୍ତରାୟ ନାବାଳିକା ଜଣଙ୍କୁ ଯୌନ ଶୋଷଣ କରି ଆସୁଥିଲା । ଏହା ଜାଣିବା ପରେ ବାବାଙ୍କୁ ମାରିବାକୁ ନାବାଳିକାର ସମ୍ପର୍କୀୟମାନେ ଯୋଜନା କରିଥିଲେ ।
ଗତ ୫ ତାରିଖରେ ଆଶ୍ରମରେ ବାବାକୁ ଟାର୍ଗେଟ କରି ଗୁଳି ମାରିବା ବେଳେ ଅନ୍ୟ ଜଣଙ୍କ ଦେହରେ ଗୁଳି ବାଜିଥିଲା । ଏହି ଘଟଣାର ତଦନ୍ତ କରିବା ସମୟରେ ନାବାଳିକା ଯୌନ ଶୋଷଣର ଘଟଣାର ପର୍ଦ୍ଦାଫାସ ହୋଇଥିଲା ।
Comments are closed.