Latest Odisha News

BREAKING NEWS

ଓଡ଼ିଶାରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବନାହିଁ; ସ୍ୱାଭାବିକ ପାଳିତ ହେବ ଦେବନୀତି

ଭୁବନେଶ୍ୱର: ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆଜି ଭାରତ ସମେତ ବିଶ୍ୱର ଅନେକ ସ୍ଥାନରେ ହେଉଥିଲେ ମଧ୍ୟ ଓଡ଼ିଶାରେ ଏହାର କୌଣସି ପ୍ରଭାବ ରହିବ ନାହିଁ । ଓଡ଼ିଶାରେ ଆଜିର ଏହି ଚନ୍ଦ୍ରଗ୍ରହଣ ଆଦୌ ଦୃଶ୍ୟମାନ ହେବନାହିଁ । ତେଣୁ ଦୈନନ୍ଦିନ ପୂଜା ପଦ୍ଧତିରେ କୌଣସି ପରିବର୍ତ୍ତନ ହେବନାହିଁ ଏଥିସହିହତ ବିଭିନ୍ନ ମନ୍ଦିରମାନଙ୍କରେ ଦେବନୀତି ସ୍ୱାଭାବିକ ରହିବ । ଓଡ଼ିଶାରେ ଏହି ଚନ୍ଦ୍ରଗ୍ରହଣ ପାଳିତ ନ’ହେବା ନେଇ ବିଶିଷ୍ଟ ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ।

BjdElectrycity

ଓଡ଼ିଶାର ବିଶିଷ୍ଟ ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ରଙ୍କ କହିବାନୁଯାୟୀ, ଏହି ଚନ୍ଦ୍ରଗ୍ରହଣର ଓଡ଼ିଶାରେ କୌଣସି ପ୍ରଭାବ ନାହିଁ । ଦେବନୀତି କିମ୍ବା ପୂଜା ପଦ୍ଧତିରେ କୌଣସି ପରିବର୍ତ୍ତନ ନ’ହୋଇ ଏହା ସ୍ୱାଭାବିକ ରହିବ ।

‘ଓଡ଼ିଶା ସମ୍ବାଦ’କୁ ସୂଚନାଦେଇ ଜ୍ୟୋତିର୍ବିଦ ଡଃ ମହାପାତ୍ର କହିଛନ୍ତି, “ଯେହେତୁ ଓଡ଼ିଶାର ଆକାଶରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେଉନାହିଁ ତେଣୁ ପୁରୀ ଶ୍ରୀକ୍ଷେତ୍ରସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଏହି ଚନ୍ଦ୍ରଗ୍ରହଣ ଲାଗି କୌଣସି ନୀତିକାନ୍ତିରେ ପରିବର୍ତ୍ତନ ହେବନାହିଁ । ଦୈନନ୍ଦିନ ରୀତିକାନ୍ତି ପରି ସ୍ୱାଭାବିକ ଭାବେ ଦେବନୀତି ହେବ । ଏହି ଚନ୍ଦ୍ରଗ୍ରହଣ ନିମନ୍ତେ ଓଡ଼ିଶାରେ ପୂଜା-ପଦ୍ଧତିରେ କୌଣସି ପରିବର୍ତ୍ତନ ନହୋଇ ବରଂ ସ୍ୱାଭାବିକ ଭାବେ ଦେବପୂଜା ହେବ ।”

ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏହି ଚନ୍ଦ୍ରଗ୍ରହଣ ଖାଲି ଆଖିରେ ଦେଖିହେବନାହିଁ ଏବଂ ଏହା ଓଡ଼ିଶା ଆକାଶରେ ଦୃଶ୍ୟମାନ ହେବନାହିଁ ।

ଆଜିର ଏହି ଚନ୍ଦ୍ର ଗ୍ରହଣ ଭାରତର କିଛି ସ୍ଥାନରେ ଦୃଶ୍ୟମାନ ହେଉଥିଲେ ମଧ୍ୟ ଓଡ଼ିଶାରେ ଦୃଶ୍ୟମାନ ହେବନାହିଁ । ଏହାବ୍ୟତୀତ ବିଶ୍ୱର ଅନେକ ସ୍ଥାନରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେଉଅଛି ।

Leave A Reply

Your email address will not be published.