Latest Odisha News

BREAKING NEWS

ଚିଲିକା ମଝିରେ ଅଦ୍ଭୁତ ଦୃଶ୍ୟ, ଉପରକୁ ଉଠିଲା ଜଳ ରାଶି… ଛାନିଆ ପର୍ଯ୍ୟଟକ 

ଭୁବନେଶ୍ୱର: ଚିଲିକାରେ ଏକ ବିରଳ ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳିଛି। ପାଣି ଉପରେ ଏକ ବିରାଟ ଘୂର୍ଣ୍ଣିଝଡ ଦେଖିବା ପରେ ହ୍ରଦକୁ ଆସୁଥିବା ପର୍ଯ୍ୟଟକମାନେ ଆଶ୍ଚର୍ଯ୍ୟ ଏବଂ ଭୟଭୀତ ହୋଇଯାଇଥିଲେ।

ଏହି ଋତୁରେ ରାଜ୍ୟରେ ଏହା ପ୍ରଥମ ରେକର୍ଡ ହୋଇଥିବା ଘୂର୍ଣ୍ଣିବାତ୍ୟା ବୋଲି ବିଶ୍ୱାସ କରାଯାଉଛି। ତେବେ ଏହି ଦୃଶ୍ୟକୁ ଦେଖି କିଛି ପର୍ଯ୍ୟଟକ ଭୟଭୀତ ହୋଇ ପଡିଥିବା ବେଳେ ଅନେକ ମୋବାଇଲରେ କଏଦ କରି ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥିଲେ।

ତେବେ ସ୍ଥାନୀୟ ଗଣମାଧ୍ୟମ ସହିତ ଆଲୋଚନା ବେଳେ ପାଣିପାଗ ବିଜ୍ଞାନୀ ବିଶ୍ୱଜିତ ସାହୁ କହିଛନ୍ତି ଏହାକୁ ଏକ ପ୍ରକାର ଘୂର୍ଣ୍ଣିବାତ୍ୟା ଭାବରେ ଚିହ୍ନଟ କରିଛନ୍ତି। ଯାହା ବଡ଼ ଜଳଭଣ୍ଡାର ଉପରେ ଘଟେ। ସେ ଆହୁରି ମଧ୍ୟ କହିିଛନ୍ତି ଯେ ଆମେରିକା ଏବଂ କାନାଡା ଆଖପାଖ ସମୁଦ୍ରରେ ସାଧାରଣ ଏହି ଘଟଣା ଘଟିଥାଏ। କିନ୍ତୁ ଭାରତରେ ଏହା ବିରଳ, ଯଦିଓ ପଶ୍ଚିମବଙ୍ଗ ସମେତ ବଙ୍ଗୋପସାଗରରେ କିଛି ଏଭଳି ଘଟିଛି। ଖାସକରି ଓଡିଶାରେ ଏପରି ଘଟଣା ଅତ୍ୟନ୍ତ କମ୍ ଦେଖାଯାଏ”।

 

Comments are closed.