Latest Odisha News

BREAKING NEWS

ଫିଟିଲା ଭାଗ୍ୟ!ଜାଲରେ ପଡିଲା କୋଟିଏ ଟଙ୍କାର ମାଛ, କିଣିଲା ଫାର୍ମା କମ୍ପାନୀ

ଜଳେଶ୍ୱର:ଜାଲରେ ପଡ଼ିଲା କୋଟିଏ ଟଙ୍କାର ମାଛ ,କୋଟିପତି ବନିଗଲେ ଜଣେ ଟ୍ରଲର ମାଲିକ । ଓଡିଶା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗ ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୯୦ଟି ତେଲିଆ ଭୋଲା ମାଛ । ଗଭୀର ସମୁଦ୍ରରେ ଏହି ମାଛ ମିଳିଥାଏ। ପ୍ରତି ମାଛର ଓଜନ ୩୦ରୁ ୩୫ କେଜି ହେବ ।

ପ୍ରାୟ ଏକ କୋଟି ଟଙ୍କାରେ ମାଛ ସବୁ ନିଲାମ କରାଯାଇଛି । କୋଲକାତାର ଏକ ଫାର୍ମା କମ୍ପାନୀ ଏହି ମାଛକୁ ପ୍ରାୟ ୧ କୋଟିରେ କିଣିଛି ।

ସୂଚନାଥାଉକି, ଗତକାଲି(ଶନିବାର) ପଶ୍ଚିମବଙ୍ଗର ଆସିଖ ଖାନ ନାମକ ଜଣେ ଟ୍ରଲର ମାଲିକ ମଝି ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲା ବେଳେ ତାଙ୍କ ଜାଲରେ ୯୦ ବଡ଼ ବଡ଼ ତେଲିଆ ଭୋଲା ମାଛ ଲାଗିଥିଲେ । ମାଛକୁ ନେଇ ଦିଘା ମୁଁହାଣ ନିକଟରେ ପହଞ୍ଚିବା ପରେ ଏହି ମାଛର ମୂଲ୍ୟ ୧କୋଟିରେ ନିର୍ଦ୍ଧାରଣ ହୋଇଥିଲା । ମାଛର ପିତ୍ତ ଏବଂ ଅନ୍ୟାନ୍ୟ ଅଂଶ ଜୀବନ ରକ୍ଷାକାରୀ ଔଷଧ ତିଆରି କରିବାରେ ବ୍ୟବହାର କରାଯାଏ। ଏହି ମାଛ ବିଦେଶକୁ ମଧ୍ୟ ରପ୍ତାନି କରାଯାଇଥାଏ। ସେଥିପାଇଁ ଏହା ଅଧିକ ମୂଲ୍ୟରେ ବିକ୍ରି ହୋଇଛି ।

 

Comments are closed.