Latest Odisha News

BREAKING NEWS

କତାର ଏୟାରୱେଜ୍ ବିମାନରେ ଯାନ୍ତ୍ରିକ ତ୍ରୁଟି

ଅହମ୍ମଦାବାଦ: ଦୋହାରୁ ହଂକଂ ଯାଉଥିବା କତାର ଏୟାରୱେଜ୍ ବିମାନ QR୮୧୬ରେ ଉଡ଼ାଣ ସମୟରେ ହଠାତ୍  ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅହମ୍ମଦାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି।

ତେବେ ବିମାନଟି ସୁରକ୍ଷିତ ଅବତରଣ କରିବା ସହ ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ରିପୋର୍ଟରୁ ଜଣାପଡ଼ିଛି। ୧୪ ଅକ୍ଟୋବର ୨୦୨୫ ଦିନ ୨:୧୨ ସମୟରେ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ ଘୋଷଣା କରାଯାଇଥିବା ନେଇ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରର ଜଣେ ମୁଖପାତ୍ର ଘୋଷଣା କରିଥିଲେ। ତେବେ ଏହି ବିମାନ ଅପରାହ୍ନ ୨:୩୨ ସମୟରେ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା। ପରେ କର୍ତ୍ତୃପକ୍ଷମାନେ ଜରୁରୀକାଳୀନ ପରିସ୍ଥିତି ପ୍ରତ୍ୟାହାର କରିଥିବା ନେଇ ମଧ୍ୟ ସୂଚନା ମିଳିଛି।

ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇ ବିମାନଟିକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା ଓ ତ୍ରୁଟିର କାରଣ  ଜାଣିବା ପାଇଁ ବିମାନର ଏକ ବୈଷୟିକ ଯାଞ୍ଚ ଚାଲିଥିବା ନେଇ  କତାର ଏୟାରୱେଜ୍ ଏବଂ ବିମାନବନ୍ଦର ତରଫରୁ ସୂଚନା ଦିଆଯାଇଛି। ତେବେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଟର୍ମିନାଲରେ ରଖାଯାଇଥିଲା ଓ ବିମାନ କମ୍ପାନୀ ସେମାନଙ୍କୁ ପରବର୍ତ୍ତୀ ଯାତ୍ରାପାଇଁ ସୁବିଧା ଯୋଗାଇ ଦେଇଥିବା ନେଇ କୁହାଯାଇଛି।

ସୂଚନା ଅନୁଯାୟୀ ହଠାତ୍ କ୍ୟାବିନ ଚାପ ହ୍ରାସ ପାଇବା ପରେ ପାଇଲଟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ।ଯାହାଫଳରେ ବିମାନକୁ ତୁରନ୍ତ ନିକଟତମ ବିମାନବନ୍ଦରକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ବିମାନର ଯାଞ୍ଚ କରାଯାଇ ପରବର୍ତ୍ତୀ ସମୟରେ ଜରୁରୀକାଳୀନ ପରିସ୍ଥିତିକୁ ହଟାଇବା ପରେ ବିମାନବନ୍ଦର କାର୍ଯ୍ୟ ସ୍ୱାଭାବିକ ଭାବରେ ପୁନଃ ଆରମ୍ଭ ହୋଇଥିଲା।

 

Comments are closed.