Latest Odisha News

BREAKING NEWS

ଭାରତରେ ହେବ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦: ରିପୋର୍ଟ

ନୂଆଦିଲ୍ଲୀ:ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ଭାରତରେ ହେବ । ଗୁଜରାଟର ରାଜଧାନୀ ଅହମ୍ମଦାବାଦରେ ଏହା ହେବ ବୋଲି ବିବିସିରେ ରିପୋର୍ଟ ପ୍ରକାଶ ପାଇଛି । ଏବେ କେବଳ ବିଧିବଦ୍ଧ ଘୋଷଣା ବାକି ରହିଛି । ୨୦ ବର୍ଷ ପରେ ପୂନର୍ବାର ଭାରତରେ ଏହି ମେଗା ଇଭେଂଟ ଆୟୋଜିତ ହେବ । ୨୦୧୦ରେ ନୂଆଦିଲ୍ଲୀରେ ଏହା ଆୟୋଜିତ ହୋଇଥିଲା । ନଭେମ୍ବର ୨୬ରେ ଗ୍ଲାସଗୋରେ ଏହାର ଘୋଷଣା ହେବ । ୨୦୩୦ ଇଭେଂଟ ରାଜ୍ୟଗୋଷ୍ଠୀ କ୍ରୀଡାର ୧୦୦ତମ ସଂସ୍କରଣ ହେବ । ୧୯୩୦ରେ ପ୍ରଥମ ଥର ପାଇଁ ଏହା କାନାଡାର ହାମିଲଟନରେ ଆୟୋଜିତ ହୋଇଥିଲା । ରାଜ୍ୟଗୋଷ୍ଠୀ କ୍ରୀଡାର ଇଭେଲ୍ୟୁଶନ କମିଟି ଅହମ୍ମଦାବାଦକୁ ଚୟନ କରିଛନ୍ତି ।

୧.୩୨ ଲକ୍ଷ କ୍ଷମତା ବିଶିଷ୍ଟ ନରେନ୍ଦ୍ର ମୋଦି ଷ୍ଟାଡିୟମ ୨୦୩୬ ଅଲିମ୍ପିକ୍ସ ଆୟୋଜନ ଅଧିକାର ପାଇଁ ଉଦ୍ୟମ ଜାରୀ ରଖିଛି । ରାଜ୍ୟଗୋଷ୍ଠୀ କ୍ରୀଡା ଆସୋସିଏଶନର ସଭାପତି ପିଟି ଉଷା କହିଛନ୍ତି, ଆୟୋଜନ ଅଧିକାର ପାଇବା ନିଶ୍ଚିତ ଭାବେ ଗର୍ବର ବିଷୟ । ଏହା ମାଧ୍ୟମରେ ଭାରତରେ କ୍ରୀଡାର ବିକାଶ ଘଟିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଅହମ୍ମଦାବାଦ ସହ ଅବୁଜା ଏହି ଆୟୋଜନ ଅଧିକାର ହାତେଇବା ପାଇଁ ଉଦ୍ୟମ ଜାରୀ ରଖିଥିଲା । ଶେଷ ମୂହର୍ତରେ ଅବୁଜା ଏଥିରୁ ଓହରି ଯାଇଥିଲା ।

Comments are closed.