ନୂଆଦିଲ୍ଲୀ: ଗତ କିଛି ଦିନ ଧରି ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ବର୍ତ୍ତମାନ୍ ଶେଷ ହେବାପରି ଲାଗୁଛି। ଉଭୟ ଦେଶ ଆସନ୍ତା ୪୮ ଘଣ୍ଟାର ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି।
ଉତ୍ତେଜନା ସମୟରେ ଉଭୟ ଦେଶ ପରସ୍ପର ଉପରେ ଗୁଳିଚାଳନା କରିଥିବା ଅଭିଯୋଗ କରିଥିଲେ। ତେବେ ଏହି ସଂଘର୍ଷ ପାକିସ୍ତାନର ଚମନ ଜିଲ୍ଲା ଏବଂ ଆଫଗାନିସ୍ତାନର ସ୍ପିନ୍ ବୋଲଡାକ୍ ଜିଲ୍ଲା ମଧ୍ୟରେ ଚାଲିଥିଲା। ଏଥିରେ ୫୮ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିବା ନେଇ ଆଫଗାନିସ୍ତାନ ଦାବି କରିଥିଲା। ଅପରପକ୍ଷରେ ଆଫଗାନିସ୍ତାନର ୨୦୦ରୁ ଅଧିକ ସୈନିକଙ୍କୁ ହତ୍ୟା କରିଥିବା ନେଇ ପାକିସ୍ତାନ କହିଛି।ଏଥିସହିତ ଏହି ସଂଘର୍ଷରେ ପାକିସ୍ତାନ ନିଜର ୨୩ ଜଣ ସୈନିକଙ୍କୁ ମଧ୍ୟ ହତ୍ୟା କରିଥିବା କୁହାଯାଇଛି।
ପାକିସ୍ତାନ ବୁଧବାର ସକାଳେ କାନ୍ଦାହାର ପ୍ରଦେଶର ସ୍ପିନ୍ ବୋଲଡାକ୍ ଜିଲ୍ଲାରେ ଆକ୍ରମଣ କରିଥିଲା। ଯେଉଁଥିରେ ୧୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏନେଇ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଯେ, “ପାକିସ୍ତାନୀ ସୈନିକ ଆଫଗାନିସ୍ତାନ ଉପରେ ଅନେକ ଅସ୍ତ୍ରଶସ୍ତ୍ର ଦ୍ଵାରା ଆକ୍ରମଣ କରିଥିଲା। ଯାହାଫଳରେ ଆଫଗାନିସ୍ତାନ ପ୍ରତିଶୋଧ ନେବାକୁ ବାଧ୍ୟ ହୋଇଥିଲା।
ଆଫଗାନିସ୍ତାନ ସେନା, ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରି ସେମାନଙ୍କର ପୋଷ୍ଟ ଏବଂ ଟ୍ୟାଙ୍କକୁ କବଜା କରିଥିବା ନେଇ ମଧ୍ୟ ସେ କହିଛନ୍ତି।
Comments are closed.