ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବିସ୍ଫୋରକ୍ ଓପନର ବିରେନ୍ଦ୍ର ସେହ୍ୱାଗ ୪୭ରୁ ବର୍ଷରେ ପାଦ ଥାପିଛନ୍ତି। ୧୯୭୮ ଅକ୍ଟୋବର ୨୦ରେ ଦିଲ୍ଲୀର ନଜଫଗଢ଼ରେ ଜନ୍ମ ହୋଇଥିଲେ ସେହ୍ୱାଗ। ଜାଣନ୍ତୁ ତାଙ୍କ ବାବଦରେ ୫ଟି ଅଜଣା କାହାଣୀ, ଯାହା କେବଳ ବହୁତ କମ୍ ଲୋକ ଜାଣିଛନ୍ତି।
ସେହ୍ୱାଗ ଦେଶ ପାଇଁ ୧୦୪ଟି ଟେଷ୍ଟ, ୨୫୧ଟି ଦିନିକିଆ ଓ ୧୯ଟି ଟି-୨୦ ଖେଳିଛନ୍ତି। ସେ ୧୭ ହଜାରରୁ ଅଧିକ ରନ୍ କରିଛନ୍ତି। ୩୮ଟି ଇଣ୍ଟରନ୍ୟାସନାଲ୍ ଶତକ ଲଗାଇଛନ୍ତି। ୨୦୦୭ରେ ଟି-୨୦ ଓ ୨୦୧୧ରେ ଦିନିକିଆ ବିଶ୍ୱକପ୍ ଖେଳି ଜିତିଛନ୍ତି। କିନ୍ତୁ ଏହି ରେକର୍ଡ ବ୍ୟତୀତ ସେହ୍ୱାଗଙ୍କ କ୍ୟାରିଅରରେ ଅନେକ ମଜାଦାର ଘଟଣା ଘଟିଛି।

କ୍ରିକେଟ ଖେଳି ଭାଙ୍ଗିଲା ଦାନ୍ତ
୧୨ ବର୍ଷ ବୟସରେ ସେହ୍ୱାଗଙ୍କ ଦାନ୍ତ ଭାଙ୍ଗିଯାଇଥିଲା। ଏହାପରେ ତାଙ୍କ ବାପା, ଯିଏ ସାଧାରଣ ବ୍ୟବସାୟୀ ଥିଲେ, କ୍ରିକେଟ୍ ଖେଳ ଉପରେ ବ୍ୟାନ୍ ଲଗାଇଦେଇଥିଲେ। କିନ୍ତୁ ମାଙ୍କର ସମର୍ଥନରେ ସେହ୍ୱାଗ ପୁନର୍ବାର ମଇଦାନକୁ ଫେରିଆସିଥିଲେ। ଏହା ପରେ ଦେଶକୁ ଏକ ଅସାଧାରଣ ଓପନର ମିଳିଥିଲା।
ଚାକିରିରୁ ବାହାର କରିବାକୁ ଦେଇଥିଲେ ଧମକ
ଏକ ଇଣ୍ଟରଭ୍ୟୁରେ ସେହ୍ୱାଗ କହିଥିଲେ, ଇଂଲଣ୍ଡର ଅମ୍ପାୟାର୍ ଡେଭିଡ୍ ଶେପାର୍ଡ ଭାରତ ଗସ୍ତରେ ଥିଲେ। ମ୍ୟାଚ ସମୟରେ ସେହଓ୍ୱାଗ ତାଙ୍କୁ କଣ ଖାଇବାକୁ ଭଲ ପାଆନ୍ତି ବୋଲି ପଚାରିଥିଲେ। ଏହାପରେ ସେ ଆଇସ୍କ୍ରିମ୍ ବାବଦରେ କହିଥିଲେ। ପରେ ସେହଓ୍ୱାଗ ଆଇସ୍କ୍ରିମ୍ କ୍ୟାଟରିଂ ହେଡକୁ ସେହି ଆଇସକ୍ରିମ ଆଣିବାକୁ କହିଥିଲେ। ଚକଲେଟ, ଭ୍ୟାନିଲା ଓ ଷ୍ଟ୍ରବେରୀ ଫ୍ଲେଭର୍ ଆଇସ୍କିମ୍ ଆଣିବାକୁ କହିଥିଲେ। ଯଦି ନମିଳିବ ତାହେଲେ ସେ ଉପରିସ୍ଥ ଅଧିକାରୀଙ୍କୁ କହି ଚାକିରିରୁ ବାହାର କରିଦେବାକୁ କହିଥିଲେ। ଆଇସ୍କ୍ରିମ୍ ଉପହାର ଦେଇ ସେହ୍ୱାଗ ଅମ୍ପାୟାରଙ୍କୁ ଥରେ କୈଣସି ମ୍ୟାଚରେ ଆଉଟ୍ ନ ଦେବାକୁ କହିଥିଲେ।
ଅମ୍ପାୟାରକୁ ସପିଙ୍ଗ୍ କରାଇ ଆଉଟ୍ ଏଡ଼ାଇଥିଲେ
ଏକ ଇଣ୍ଟରଭ୍ୟୁରେ ସେହ୍ୱାଗ କହିଥିଲେ, ପାକିସ୍ତାନୀ ଅମ୍ପାୟାର୍ ଆସଦ୍ ରଅଫଙ୍କୁ ଭାରତରେ ସପିଙ୍ଗ୍ କରାଇଥିଲେ। ପରଦିନ ମୋହାଲୀ ଟେଷ୍ଟରେ ୯୦ ରନ୍ କରିଥିବା ସେହ୍ୱାଗ ଆଉଟ ହୋଇଥିଲେ। କିନ୍ତୁ ରଅଫ୍ ଆଉଟ୍ ନ ଦେଇଥିଲେ। ଏପରି ଦାବିକୁ ରଅଫ୍ ଖାରଜ କରିଥିଲେ।
କୁମ୍ବଲେ-ହରଭଜନଙ୍କ ମଝିରେ ଫସିଗଲେ
କ୍ୟାପ୍ଟେନ୍ ହୋଇଥିବା ସେହ୍ୱାଗ ଅନିଲ୍ କୁମ୍ବଳେ ଓ ହରଭଜନ ସିଂଙ୍କ ମଝିରେ ଫସିଗଲେ। ଉଭୟେ ଲଗାତାର ବୋଲିଂ କରୁଥିଲେ। ସେହ୍ୱାଗ ବଦଳାଇବାକୁ ଚାହୁଁଥିଲେ, କିନ୍ତୁ କୁମ୍ବଲେଙ୍କୁ କହିପାରିଲେ ନାହିଁ। ହରଭଜନ ମନା କରିଥିଲେ। ସଚିନଙ୍କ ସୁପାରିଶରେ ବୋଲର୍ ବଦଳାଇଥିଲେ।
ପାକିସ୍ତାନୀ କ୍ୟାପଟେନଙ୍କ ଫିଲ୍ଡିଂ ବଦଳାଇଦେଲେ
ସେହ୍ୱାଗ ବ୍ୟାଟିଂ ସମୟରେ ମଜା କରୁଥିଲେ। ପାକିସ୍ତାନ ବିରୋଧରେ ଡବଲ୍ ସେଂଚୁରୀ ରଖିଥିବା ସେହ୍ୱାଗ ଇନଜମାମ୍ ଉଲ୍ ହକଙ୍କୁ କହିଥିଲେ, ଲଙ୍ଗ୍ ଅନ୍ ଫିଲ୍ଡରକୁ ଆଡ଼କୁ ଆଣ। ଇନଜମାମ୍ ପଚାରିଲେ କାହିଁକି। ସେହ୍ୱାଗ କହିଥିଲେ, ଛକ୍କା ମାରିବା ପାଇଁ। ଇନଜମାମ୍ ମାନିଗଲେ ଓ ସେହ୍ୱାଗ ଛକ୍କା ଲଗାଇଦେଲେ। ସାଉଥ୍ ଆଫ୍ରିକାର ପୋଲ୍ ହ୍ୟାରିସଙ୍କ ସହିତ ମଧ୍ୟ ଏପରି କରିଥିଲେ।
ସେହ୍ୱାଗଙ୍କ ଏହି ମଜାଦାର କାହାଣୀଗୁଡ଼ିକ ତାଙ୍କ କ୍ୟାରିଅରକୁ ଅଧିକ ରଙ୍ଗୀନ୍ କରିଥାଏ। ଜନ୍ମଦିନରେ ସେହ୍ୱାଗଙ୍କୁ ଶୁଭେଚ୍ଛା!
Comments are closed.