Latest Odisha News

BREAKING NEWS

ରାଜଧାନୀରେ ସେକ୍ସ ରାକେଟ ଘର ସିଲ୍ କଲା ପୋଲିସ, ଆଉ ଜଣେ ମହିଳା ଅଟକ

ଭୁବନେଶ୍ବର: ରାଜଧାନୀରେ ଝାଡଖଣ୍ଡର ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଆଉ ଜଣେ ମହିଳାଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଏହା ସହିତ ସଂପୃକ୍ତ ଘରକୁ ସିଲ୍‌ କରିବା ସହିତ ଘର ଭିତରେ ଥିବା ସମସ୍ତ କାଗଜପତ୍ରକୁ ମଧ୍ୟ ଜବତ କରିଛି ପୋଲିସ । ସିଲ୍‌ ହୋଇଥିବା ଘର ସାମ୍ନାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସେକ୍ସ ରାକେଟ ଚାଲିଥିବା ଘର ଆଗରେ ଥିବା କାର୍‌କୁ ଜବତ କରିଛି ପୋଲିସ । ଏହି କାରଟି କାହାର ଓ କିଏ ଏଠାରେ ରଖିଛି । ତାକୁ ନେଇ ଛାନଭିନ୍‌ ଜାରି ରଖିଛି ପୋଲିସ ।

ଅଟକ ଥିବା ମହିଳାଙ୍କ ଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ତଦନ୍ତ ପରେ ହିଁ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି । ଦୀର୍ଘ ଦିନ ରାଜଧାନୀରେ ସେକ୍ସ ରାକେଟ ଚଲାଇଥିବା ପୋଲିସ ତଦନ୍ତରୁ ଜଣାପଡିଛି ।

Comments are closed.