Latest Odisha News

BREAKING NEWS

ଦୀପାବଳି ଅବସରରେ ଦଶପଲ୍ଲାରୁ ପୁରୀକୁ ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ

ପୁରୀ: ଦଶପଲ୍ଲା ଏବଂ ପୁରୀ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ସେବାକୁ ସୋମବାର ଦିନ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି। ଦୀପାବଳି ଅବସରରେ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରୀମାନଙ୍କ ଯାତ୍ରାକୁ ଆହୁରି ସୁଗମ କରିବ।

ଏହି ଟ୍ରେନ୍ ନୟାଗଡ ଜିଲ୍ଲାର ଦଶପଲ୍ଲା ଏବଂ ପୁରୀ ମଧ୍ୟରେ ପ୍ରାୟ ୧୫୦ କିଲୋମିଟର ଦୂରତାକୁ ୩.୫ ଘଣ୍ଟାରେ ଅତିକ୍ରମ କରିବ। ଏହି ସ୍ୱତନ୍ତ୍ର ଟ୍ରେନ୍ ପୂର୍ବାହ୍ନ ୧୧.୩୦ରେ ଦଶପଲ୍ଲା ଷ୍ଟେସନରୁ ବାହାରି ଅପରାହ୍ନ ୩ଟାରେ ପୁରୀ ଷ୍ଟେସନରେ ପହଞ୍ଚିଥିଲା। ପୁରୀରୁ ଟ୍ରେନ ଅପରାହ୍ନ ୪ଟାରେ ବାହାରି ସନ୍ଧ୍ୟା ୭.୩୦ରେ ଦଶପଲ୍ଲାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲା।

ସେହିପରି ଟ୍ରେନ୍ ନଂ. ୬୮୪୪୪ ଦଶପଲ୍ଲା-ଭଦ୍ରକ ମେମୁ ଦଶପଲ୍ଲାରୁ ଛାଡ଼ିବା ସମୟ ଅପରାହ୍ନ ୪.୧୫ରୁ ରାତି ୮.୩୦କୁ ପୁନଃନିର୍ଦ୍ଧାରିତ କରାଯାଇଥିଲା।

Comments are closed.